Tennis

ଏଟିପି ରାଙ୍କିଙ୍ଗରେ ୮୦ତମ ସ୍ଥାନ: ଗୁଣେଶ୍ୱରନ୍

(ଓଡିଶା ସ୍ପୋର୍ଟ): ଚଳିତ ବର୍ଷ ଫେବୃଆରୀରେ ଟପ-୧୦୦ରେ ପ୍ରବେଶ କରିଥିବା ୨୯ ବର୍ଷୀୟ ଚେନ୍ନାଇ ତାରକା ପ୍ରଜନେଶ ଗୁଣେଶ୍ୱରନ୍ ଲଗାତାର ରାଙ୍କିଙ୍ଗରେ ଉନ୍ନତି ଆଣିଛନ୍ତି। ଭଲ ଫର୍ମରେ ଥିବା ଭାରତୀୟ ଟେନିସ୍ ଷ୍ଟାର ପ୍ରଜନେଶ ଏଟିପି ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଏଟିପି ପକ୍ଷରୁ ଜାରି ରାଙ୍କିଙ୍ଗରେ ଗୁଣେଶ୍ୱରନ୍ ୮୦ତମ ସ୍ଥାନ ହାସଲ କରିଛନ୍ତି ।

ଗୁଣେଶ୍ୱରନ୍ ନିଜର ପ୍ରଥମ ଏଟିପି ମାଷ୍ଟର୍ସ ଯଥା ଇଣ୍ଡିଆନ୍ ୱେଲ୍ସରେ ଭଲ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ଏହା ପରେ ସେ ଏଟିପି-୧୦୦୦ ଟୁର୍ଣ୍ଣାମେଣ୍ଟ ଯଥା ବିଏନପି ପରିବାସ ଓପନର ମଧ୍ୟ ତୃତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। ଗତମାସରେ ମିଆମି ଓପନର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରି ସେ ୮୧ତମ ସ୍ଥାନକୁ ଉଠିଥିଲେ। ଭାରତର ଅନ୍ୟତମ ତାରକା ରାମକୁମାର ରାମନାଥନ୍ ୧୬ଟି ସ୍ଥାନ ଖସି ଟପ୍-୧୫୦ରୁ ବାଦ୍ ପଡ଼ିଛନ୍ତି। ସେ ବର୍ତ୍ତମାନ ୧୫୭ତମ ସ୍ଥାନରେ ଅଛନ୍ତି।

Related posts

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau