Cricket

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

ଭୁବନେଶ୍ୱର : BCCI ପୁଣିଥରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium) ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ (Guinness World Record) ପ୍ରବେଶ କରିଛି । ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକଙ୍କ ମୋଟ ସଂଖ୍ୟା ଥିଲା ୧୦୧,୫୬୬। ପ୍ରଥମ ଥର ବିଶ୍ୱର କୌଣସି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଆସି ମ୍ୟାଚ୍‌ ଉପଭୋଗ କରିଥିଲେ, ଯାହାକି ଏକ ବଡ଼ ଉପଲବ୍ଧି। ସେହି ଦୃଷ୍ଟିରୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ରେକର୍ଡଟି ସ୍ଥାନ ପାଇଛି। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି ।

BCCI ଟ୍ଵିଟ୍‌ କରି ଲେଖିଛି କି, ‘ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବହୁତ ବଡ଼ ମୁହୂର୍ତ୍ତ। କାହିଁକି ନା, ଭାରତ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାମକୁ ପଞ୍ଜୀକୃତ କରାଯାଇଛି। ଆମର ସମସ୍ତ ପ୍ରଶଂସକ ଓ ଦର୍ଶକଙ୍କ ଜୋସ୍‌ ଏବଂ ଅତୁଟ ସମର୍ଥନ କାରଣରୁ ଏହା ସଫଳ ହୋଇପାରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ଏବଂ ଆଇପିଏଲ୍‌କୁ ଶୁଭକାମନା’।ଏହାକୁ ରିଟ୍ୱିଟ କରି ବିସିସିଆଇ ସଚିବ ଜୟ ଶାହା ଲେଖିଛନ୍ତି ଯେ ୨୯ ମଇରେ ଆଇପିଏଲ୍ ଫାଇନାଲ୍ ପାଇଁ ୧,୦୧,୫୬୬ ଜଣଙ୍କ ଦର୍ଶକ ଉପସ୍ଥିତି ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଥିବାରୁ ଆମେ ବହୁତ ଖୁସି ଓ ଗର୍ବିତ । ଏହା ସମ୍ଭବ କରିଥିବାରୁ ପ୍ରଶଂସକମାନଙ୍କୁ ଅନେକ ଅନେକ ଧନ୍ୟବାଦ ।’ବୋର୍ଡ ଏହାର ଅଫିସିଆଲ୍ ଟ୍ୱିଟରେ କହିଛି ଯେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଭାରତ ଏହାର ନାମ ପଞ୍ଜିକରଣ କରିଛି । ଏହା ଆମର ପ୍ରଶଂସକଙ୍କ ଅଦମ୍ୟ ସମର୍ଥନ ପାଇଁ । ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ମୋଟେରା ଓ ଆଇପିଏଲ୍ କୁ ବିସିସିଆଇ ଏହି ଟୁଇଟ୍ ଟାଗ କରିଛି ।

Related posts

ଭାରତର ପରାଜୟ ପରେ ଦଳ ଚୟନ ନେଇ ପ୍ରଶ୍ନ ଉଠିଛି

Odisha Sports Bureau

ରୋହିତ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତର ନେତୃତ୍ୱ ନେବେ

Odisha Sports Bureau

ଏଜାଜଙ୍କୁ ମିଳିଲା ଖାସ ଉପହାର

Odisha Sports Bureau