Cricket

ଗୋଟିଏ ଓଭରରେ ୭ ଛକା, ୪୩ ରନ୍; ରେକର୍ଡ କଲେ ଋତୁରାଜ

ମୁମ୍ବାଇ : କ୍ରିକେଟ୍ ଇତିହାସରେ ଆପଣ, ୬ ବଲରେ ୬ ଛକା ଶୁଣିଥିବେ । କିନ୍ତୁ ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ । ବିଜୟ ହଜାରେ ଟ୍ରଫିରେ ସୋମବାର ଏହି ରେକର୍ଡ ଦେଖିବାକୁ ମିଳିଛି । ତେବେ ତୁରାଜ ଗାଏକ୍ୱାଡ ସବୁ ବୋଲରମାନଙ୍କୁ ଧୁଲେଇ କରିବା ସହିତ ମାତ୍ର ୧୫୯ ବଲରୁ ୨୨୦ ରନର ଦ୍ୱି-ଶତକୀୟ ତୁଫାନୀ ଇନିଂସ ମଧ୍ୟ ଖେଳିଛନ୍ତି ।

ମ୍ୟାଚର ୪୯ ତମ ଓଭରରେ ସେ ଉତ୍ତରପ୍ରଦେଶର ଶିବା ସିଂଙ୍କ ବଲରେ ଏପରି ନିର୍ଦ୍ଦୟ ପ୍ରହାର କରିଥିଲେ । ଏହା ଫଳରେ ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ କରିପାରିଥିଲା । ୪୯ ତମ ଓଭରରେ ଗାଏକ୍ବାଡ୍ ଲଗାତାର ଛକା ମାରୁଥିବାବେଳେ ୫ମ ବଲଟି ନୋ ବଲ ହୋଇଥିଲା । ସେଥିରେ ବି ସେ ଏକ ଛକା ମାରିଥିଲେ । ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ ଏତେ ରନ କରିବାରେ ସେ ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି |

Related posts

ସେମିଫାଇନାଲ୍ ରାସ୍ତାରେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ!

ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ପ୍ରତିଶ୍ରୁତି; ବିଶ୍ୱକପ ଜିତି ପୂରଣ କରିବେ ପ୍ରଶଂସକଙ୍କ ସ୍ୱପ୍ନ

Odisha Sports Bureau

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ କ୍ୟାପଟେନ ରୋହିତ