Cricket

ଭାରତୀୟ ଦଳରେ ତିନିଜଣ ରିଜର୍ଭ ଖେଳାଳି

(ଓଡିଶା ସ୍ପୋର୍ଟ): ମେ ୩୦ରୁ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପାଇଁ୧୫ଜଣିଆ ଭାରତୀୟ ଦଳ ଘୋଷିତ ହୋଇସାରିଛି। ବିସିସିଆଇ ଭାରତୀୟ ଦଳରେ ତିନିଜଣ ରିଜର୍ଭ ଖେଳାଳିଙ୍କ ସାମିଲ୍ କରିଛି। ଚୟନକର୍ତ୍ତା ଯୁବ ଓ୍ଵିକେଟ୍ କିପର ଋଷଭ ପନ୍ତ, ଅନୁଭବୀ ବ୍ୟାଟସ ମ୍ୟାନ ଅମ୍ବତି ରାୟୁଡୁ ଓ ଦ୍ରୁତବୋଲର ନବଦୀପ ସୈନୀଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେରଖାଯାଇଛି। ଆଇସିସି ସମ୍ଭାବ୍ୟ ଖେଳାଳି ଚୟନ ପାଇଁ ପ୍ରକ୍ରିୟା ବନ୍ଦ କରିଛି।ତେବେ ବିସିସିଆଇ ପାଖରେ ଏହି ତିନିଜଣ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଚୟନ କରିବା ପାଇଁ ବିକଳ୍ପ ମଧ୍ୟ ରହିବ, କିନ୍ତୁ ଏହାର ସମ୍ଭାବନା ମଧ୍ୟ ବହୁତ କମ୍। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ‘ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ଆମ ପାଖରେ ତିନିଜଣ ଷ୍ଟାଣ୍ଡବାଏ ରହିବେ।

ଋଷଭ ପନ୍ତ ଓ ଅମ୍ବତି ରାୟୁଡୁ କ୍ରମଶଃ ପ୍ରଥମ ଓ ଦ୍ଵିତୀୟ ଷ୍ଟାଣ୍ଡବାଇ ହେବେ ଏବଂ ତୃତୀୟ ଖେଳାଳି ଭାବେ ନବଦୀପଙ୍କୁ ଦ୍ରୁତବୋଲର ରୂପେ ସାମିଲ କରାଯାଇଛି।ଖଲିଲ ଅହମ୍ମଦ, ଅଭେସଖାନ, ସୈନୀ ଓ ଦୀପକଚହର ନେଟ୍ବୋଲର ଭାବେ ଦଳ ସହିତ ଇଂଲଣ୍ଡ ଯିବେ।

ସୈନୀଙ୍କୁ ଦଳରେ ସାମିଲ କରିପାରନ୍ତି । ସୈନୀ ମଧ୍ୟ ସେହି ରିଜର୍ଭ ଖେଳାଳିଙ୍କ ମଧ୍ୟରେ ସାମିଲ ଯିଏ ଟିମ୍ ସହିତ ବିଶ୍ଵକପ ଦଳରେ ଯାଉଛନ୍ତି । କିନ୍ତୁ ଖଲିଲ, ଅଭେସ ଓ ଦୀପକ ଚହର ଷ୍ଟାଣ୍ଡବାଇ ଖେଳାଳି ନୁହନ୍ତି।

ଅନ୍ୟପଟେ ବିଶ୍ଵ କପ ପାଇଁ ଯିବାକୁଥିବା ଖେଳାଳିଙ୍କୁ ୟୋୟୋ ପରୀକ୍ଷଣ ଦେବାକୁ ପଡ଼ିବା ସମ୍ଭାବନା ବହୁତ କମ ରହିଛି । କାରଣ ଆଇପିଏଲ ମେ୧୨ରେଶେଷହେଉଛି । ଅଧିକାରୀ କହିଛନ୍ତି ଯେ ଖେଳାଳି ବ୍ୟସ୍ତବହୁଳଟି-୨୦ ଲିଗ୍ ଖେଳୁଛନ୍ତି । ଆଇପିଏଲ ଶେଷହେବା ପରେ ସେମାନଙ୍କୁ ବିଶ୍ରାମ ପାଇଁ ସମୟ ଦରକାର । ତେଣୁ ୟୋ ୟୋ ପରୀକ୍ଷଣ ହେବା ସମ୍ଭାବନା କମ ରହିଛି।

Related posts

ପ୍ରଥମ ODIରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

Odisha Sports Bureau

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ମହମ୍ମଦ ସିରାଜ ଅଧିକ ‘ମାରାତ୍ମକ’ ଟେଷ୍ଟ ବୋଲର ଥିଲେ ?

Odisha Sports Bureau