Cricket

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ଆଜି ଧର୍ମଶାଳାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ।

ଉକ୍ତ ମ୍ୟାଚରେ ଭାରତୀୟ ଦଳରୁ ଲୋକେଶ ରାହୁଲ, ମନିଷ ପାଣ୍ଡେ, ରାହୁଲ୍ ଚହର୍ ଓ ଖଲୀଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ସୂଚନାଯୋଗ୍ୟ, ଧର୍ମଶାଳାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏପରିକି ବର୍ଷା ଯୋଗୁ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇନଥିଲା।
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି’କକ୍ (କ୍ୟାପଟେନ୍), ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍, ଡେଭିଡ୍ ମିଲର୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, ଜର୍ନ ଫର୍ଟ୍ୟୁନ୍, କାଗିସୋ ରବାଡା, ଆନରିଚ୍ ନର୍ଟଜେ, ତାବରେଜ୍ ଶାମସ।

Related posts

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି; ପାଇବେ କି ଆଉ ଏକ ସୁଯୋଗ?

Odisha Sports Bureau

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau