Cricket

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

କୋଲକତା :କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ ୨୦୨୪ ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଆଇପିଏଲ ଜାରି କରିଥିବା ନୋଟିଫିକେସନ ମୁତାବକ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଉପରେ ୧୭ ଏପ୍ରିଲକୁ ଇଡେନ ଗାଡେନ୍ସରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ତେବେ ଏନେଇ ଅଧିନାୟକ ଶ୍ରେୟସ ଆୟର ଅପରାଧ ସ୍ୱୀକାର କରିଛନ୍ତି । ସେ ଏହାକୁ ନେଇ ଆଉ କିଛି ଶୁଣାଣି ହେବ ନାହିଁ । ଯଦି ଶ୍ରେୟସ ଆଗକୁ ଏଭଳି ଭୁଲ କରନ୍ତି ତେବେ ତାଙ୍କ ସହିତ ଟିମ ଖେଳାଳିଙ୍କ ଉପରେ ଜରିମାନା ଲିଗିପାରେ । ଆଉ ଥରେ କେକେଆର ସ୍ଲୋ ଓଭର ରେଟରେ ଦୋସୀ ମିଳିଲେ ଅଧିନାୟକଙ୍କ ଉପରେ ୨୪ ଲକ୍ଷ ଜରିମାନା ଲାଗିବ । ସେହିପରି ଟିମର ଅନ୍ୟ ସଦସ୍ୟଙ୍କ ଉପରେ ୬-୬ ଲକ୍ଷ ଜରିମାନା ଲାଗିବ ।
କୋଲକତା ମ୍ୟାଚ ସମୟରେ ସ୍ଲୋ ଓଭର ରେଟ ପାଇଁ ଦଣ୍ଡ ମିଳିଛି । କେକେଆର ରାଜସ୍ଥାନ ବିପକ୍ଷ ଶେଷ ଓଭରରେ ୩୦ ଗଜ ବାଉଣ୍ଡ୍ରୀ ମଧ୍ୟରେ ୪ ଜଣ ଖେଳାଳି ରଖିଥିଲା । ବରୁଣ ଚକ୍ରବର୍ତ୍ତୀ ଶେଷ ଓଭର ବୋଲିଂ କରିଥିଲେ । ଯେଉଁଥିରେ ଜୋସ ବଟଲର ୯ ରନ କରି ଟିମକୁ ଜିତାଇଥିଲେ । ଯଦି ୫ ଜଣ ଖେଳାଳି ବାଉଣ୍ଡ୍ରୀ ଲାଇନରେ ରହିଥାନ୍ତେ ତେବେ କୌଣସି ବୋଲର ମଧ୍ୟ ବୋଲିଂ କରିପାରିଥାନ୍ତେ ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଜରିମାନା ଦେଇସାରିଛନ୍ତି । ରିଷଭ ଦୁଇଥିର ଜରିମାନା ଦେଇଥିବା ବେଳେ ସଞ୍ଜୁ ଥରେ ଜରିମାନା ଦେଇଥିବା କୁହାଯାଉଛି । ତେବେ ଆଇପିଏଲ ନିୟମ ଅନୁଯାୟୀ ଏହି ଭୁଲ ୩ ଥର ହେଲେ ଦଳା ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇପାରେ ।

Related posts

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

ଟସ୍ ରେ ଟିମ୍ ଇଣ୍ଡିଆ ସହିତ ବେଇମାନୀ, ପାକିସ୍ତାନ ଅଧିନାୟକ ଦେଲେ ଧୋକା

Odisha Sports Bureau

ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂରେ ସେମିଫାଇନାଲରେ ଭାରତର ୨୫୩ ରନର ପାହାଡ଼