Cricket

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

କୋଲକତା :କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ ୨୦୨୪ ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଆଇପିଏଲ ଜାରି କରିଥିବା ନୋଟିଫିକେସନ ମୁତାବକ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଉପରେ ୧୭ ଏପ୍ରିଲକୁ ଇଡେନ ଗାଡେନ୍ସରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ତେବେ ଏନେଇ ଅଧିନାୟକ ଶ୍ରେୟସ ଆୟର ଅପରାଧ ସ୍ୱୀକାର କରିଛନ୍ତି । ସେ ଏହାକୁ ନେଇ ଆଉ କିଛି ଶୁଣାଣି ହେବ ନାହିଁ । ଯଦି ଶ୍ରେୟସ ଆଗକୁ ଏଭଳି ଭୁଲ କରନ୍ତି ତେବେ ତାଙ୍କ ସହିତ ଟିମ ଖେଳାଳିଙ୍କ ଉପରେ ଜରିମାନା ଲିଗିପାରେ । ଆଉ ଥରେ କେକେଆର ସ୍ଲୋ ଓଭର ରେଟରେ ଦୋସୀ ମିଳିଲେ ଅଧିନାୟକଙ୍କ ଉପରେ ୨୪ ଲକ୍ଷ ଜରିମାନା ଲାଗିବ । ସେହିପରି ଟିମର ଅନ୍ୟ ସଦସ୍ୟଙ୍କ ଉପରେ ୬-୬ ଲକ୍ଷ ଜରିମାନା ଲାଗିବ ।
କୋଲକତା ମ୍ୟାଚ ସମୟରେ ସ୍ଲୋ ଓଭର ରେଟ ପାଇଁ ଦଣ୍ଡ ମିଳିଛି । କେକେଆର ରାଜସ୍ଥାନ ବିପକ୍ଷ ଶେଷ ଓଭରରେ ୩୦ ଗଜ ବାଉଣ୍ଡ୍ରୀ ମଧ୍ୟରେ ୪ ଜଣ ଖେଳାଳି ରଖିଥିଲା । ବରୁଣ ଚକ୍ରବର୍ତ୍ତୀ ଶେଷ ଓଭର ବୋଲିଂ କରିଥିଲେ । ଯେଉଁଥିରେ ଜୋସ ବଟଲର ୯ ରନ କରି ଟିମକୁ ଜିତାଇଥିଲେ । ଯଦି ୫ ଜଣ ଖେଳାଳି ବାଉଣ୍ଡ୍ରୀ ଲାଇନରେ ରହିଥାନ୍ତେ ତେବେ କୌଣସି ବୋଲର ମଧ୍ୟ ବୋଲିଂ କରିପାରିଥାନ୍ତେ ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଜରିମାନା ଦେଇସାରିଛନ୍ତି । ରିଷଭ ଦୁଇଥିର ଜରିମାନା ଦେଇଥିବା ବେଳେ ସଞ୍ଜୁ ଥରେ ଜରିମାନା ଦେଇଥିବା କୁହାଯାଉଛି । ତେବେ ଆଇପିଏଲ ନିୟମ ଅନୁଯାୟୀ ଏହି ଭୁଲ ୩ ଥର ହେଲେ ଦଳା ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇପାରେ ।

Related posts

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ୩ଦିନିଆ ଅଭ୍ୟାସ ମ୍ୟାଚ

Odisha Sports Bureau

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

Odisha Sports Bureau

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau

Leave a Comment