Cricket

କ୍ରିକେଟକୁ ବାଏ ବାଏ କଲେ ବନିତା

ନୂଆଦିଲ୍ଲୀ, ୨୨।୦୨ : ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ବି. ଆର. ବନିତା ଅବସର ଘୋଷଣା କରିଛନ୍ତି । ୩୧ ବର୍ଷୀୟା ଏହି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଟ୍ୱିଟରରେ ଏନେ ସୂଚନା ଦେଇଛନ୍ତି ।
ଟ୍ୱିଟରେ ସେ ସାଥି ଖେଳାଳି ଝଲନ ଗୋସ୍ୱାମୀ ଓ ମିତାଲି ରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଭୟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ । ଏହାବ୍ୟତୀତ ନିଜ ପରିବାର ସଦସ୍ୟ, ବନ୍ଧୁ, ଟିମ୍ର ଅନ୍ୟ ଖେଳାଳିଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ଏହାସହ ବନିତା କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ କ୍ରିକେଟ ବୋର୍ଡକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ଦଳ ପାଇଁ ବନିତା ଖେଳିଥିଲେ । ଏନେଇ ସେ କହିଛନ୍ତି ଯେ, ୧୯ ବର୍ଷ ପୂର୍ବରୁ ସେ ଛୋଟ ଥିବା ବେଳେ ଖେଳିବା ଆରମ୍ଭ କରିଥିଲେ । କ୍ରିକେଟ ପ୍ରତି ତାଙ୍କର ଆଜି ବି ଭଲ ପାଇବା ରହିଛି । ହୃଦୟ ଖେଳ ଜାରି ରଖିବାକୁ କହୁଛି । କିନ୍ତୁ ଶରୀର ସାଥ୍ ଦେଉ ନାହିଁ । ସେ ଶରୀର କଥା ଶୁଣିବାକୁ ଚାହିଁଛନ୍ତି । ତେଣୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା ପ୍ରକାଶ କରିଛନ୍ତି ବନିତା ।
ସୂଚନାଯୋଗ୍ୟ, ବନିତା ୬ଟି ଦିନିକିଆ ମ୍ୟାଚ୍ ଖେଳି ୮୫ ରନ୍ କରିଛନ୍ତି । ସେହିପରି ୧୬ଟି ଟି୨୦ରେ ସେ ୨୧୬ ରନ୍ କରିଛନ୍ତି । ୨୦୨୧-୨୨ ବଙ୍ଗ ଟିମ୍ ପକ୍ଷରୁ ଘରୋଇ ଫର୍ମାଟରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୬୧ ଓ ହାଇଦ୍ରାବାଦ ବିପକ୍ଷରେ ୭୧ ବଲରୁ ୧୦୭ ରନ୍ ସହ ୨୨୫ ରନ୍ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଅଧିକ ଥିଲା ।

Related posts

କ୍ରିକେଟ ମ୍ୟାଚ ସମୟରେ ହେବନି ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ

ଭାରତର ପରାଜୟ ପରେ ଦଳ ଚୟନ ନେଇ ପ୍ରଶ୍ନ ଉଠିଛି

Odisha Sports Bureau

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନ

Odisha Sports Bureau