Cricket

ଉତ୍ତର ଆମେରିକାରେ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ଉତ୍ତର ଆମେରିକାରେ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଆସନ୍ତା ବର୍ଷ ଜୁଲାଇରେ ଭାରତୀୟ ଦଳର ଏହି ଗସ୍ତକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ମୁତାବକ, ଏହି ଗସ୍ତରେ ଭାରତ ମୋଟ ୧୦ଟି ମ୍ୟାଚ୍ ଖେଳିବ। ଏଥିରେ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ ରହିଛି।

ତେବେ ଏହି ଗସ୍ତର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି, ପାଞ୍ଚଟି ଟି-୨୦ ମ୍ୟାଚ୍ ମଧ୍ୟରୁ ଦୁଇଟି ଉତ୍ତର ଆମେରିକାରେ ଖେଳାଯାଇପାରେ। ଉଭୟ ମ୍ୟାଚ୍ ଗୋଟିଏ ସହରରେ ଆୟୋଜନ କରିବାକୁ ଯୋଜନା ରହିଛି। ଏଥିପାଇଁ ଆମେରିକାର ୱାସିଂଟନ୍ ଡିସି, ଲସ୍ଏଞ୍ଜେଲସ୍ ଏବଂ କାନାଡାର ଟରଣ୍ଟୋକୁ ନେଇ ବିଚାରବିମର୍ଶ ଚାଲିଛି।

ସମ୍ଭାବ୍ୟ ଭେନ୍ୟୁ ତାଲିକାରେ ୱାସିଂଟନ୍ ଡିସି ଓ ଟରଣ୍ଟୋ ସବୁଠାରୁ ଆଗରେ ରହିଥିବା ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ୨୦୨୮ ଲସ୍ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ଚିହ୍ନଟ ପୋମୋନା ଏବଂ ଫ୍ଲୋରିଡାର ଲଡରହିଲ୍ ଷ୍ଟାଡିୟମକୁ ମଧ୍ୟ ବିକଳ୍ପ ଭାବେ ରଖାଯାଇଛି। ତେବେ ଭାରତର ଏହି ଦୁଇଟି ମ୍ୟାଚ୍ କେଉଁଠାରେ ଖେଳାଯିବ, ସେନେଇ ଚୂଡ଼ାନ୍ତ ଘୋଷଣାକୁ ଅପେକ୍ଷା କରାଯାଇଛି।

Related posts

ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ବିରାଟ

Odisha Sports Bureau

ପାଣ୍ଡ୍ୟା ବ୍ରଦର୍ସଙ୍କ ଭିଡିଓ ଭାଇରାଲ

Odisha Sports Bureau

ଚେନ୍ନାଇରେ ବିଜୟ ଉତ୍ସବ ପାଳିବେ ଶ୍ରୀନିବାସନ୍