Tennis

ଅଷ୍ଟ୍ରେଲିଆନ୍ ଓପନ: ତୃତୀୟ ରାଉଣ୍ଡରୁ ବିଦାୟ ନେଲେ ସିମୋନା ହାଲେପ୍

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆନ୍ ଓପନର କ୍ୱାର୍ଟର ଫାଇନାଲ୍ ପୂର୍ବରୁ ଏକ ବଡ଼ ବିପର୍ୟ୍ୟୟ ଘଟିଛି। ବିଶ୍ୱର ଏକ ନମ୍ବର ମହିଳା ଟେନିସ୍ ତାରକା ସିମୋନା ହାଲେପ୍ ଆଜି ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କ ଆମେରିକାର ଷ୍ଟାର ଟେନିସ୍ ତାରକା ସେରେନା ୱିଲିୟମସ୍ ସଂଘର୍ଷପୂର୍ଣ୍ଣ ୬-୧,୪-୬ ଓ ୬-୪ ସେଟରେ ପରାସ୍ତ କରି ସେରେନା ୱିଲିୟମ୍ସ ଅଷ୍ଟମ ଟ୍ରଫି ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି।

ଏହି ବିଜୟ ସହ ସେରେନା ୧୨ତମ ଥର ପାଇଁ ଅଷ୍ଟ୍ରେଲିଆ ଓପନର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ବିଶ୍ୱର ୧୬ନଂ ସ୍ଥାନରେ ଥିବା ସେରେନା ଗତବର୍ଷ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଅଷ୍ଟ୍ରେଲିଆନ୍ ଓପନ୍ ଖେଳି ପାରି ନଥିଲେ। କିନ୍ତୁ ଏଥର ସେ ନିଜର ଦକ୍ଷତା ଦେଖାଇଛନ୍ତି।

ମ୍ୟାଚ୍ ଆରମ୍ଭରୁ ହାଲେପ୍ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିସହ ପ୍ରଥମ ବ୍ରେକ୍ ପଏଣ୍ଟ ହାସଲ କରି ନେଇଥିଲେ। କିନ୍ତୁ ଏହାପରେ ସେରେନା କମ୍ବ୍ୟାକ୍ କରି ସେଟ୍ଟିକୁ ୬-୧ରେ ଜିତି ନେଇଥିଲେ।

ତେବେ ଦ୍ୱିତୀୟ ସେଟ୍ରେ ହାଲେପ ପ୍ରତିପକ୍ଷ ସେରେନାଙ୍କୁ ଚକମା ଦେଇ ୬-୪ରେ ଜିତି ଯାଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍ରେ ସେରେନା ୬-୪ରେ ଜିତି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ।

Related posts

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

Odisha Sports Bureau

ପ୍ରତିଦିନ ଷ୍ଟାଡିୟମରେ ୩୦,୦୦୦ ଦର୍ଶକ ପ୍ରବେଶ କରିବେ

Odisha Sports Bureau

ମନୋରଞନ ଦୁନିଆରେ ନଜର ଆସିବେ ଟେନିସ ଖେଳାଳି ସାନିଆ ମିର୍ଜା