Cricket

ଶେଷ ଟେଷ୍ଟ୍ରରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍

ନୂଆଦିଲ୍ଲୀ : ଧର୍ମଶାଳାରେ ଖେଳାଯାଉଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଶେଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟଇଙ୍ଗ କରିଥିଲା ଇଂଲଣ୍ଡ । ସେତେବେଳେ ଭାରତୀୟ ବୋଲରଙ୍କ ଘାତକ ବଲ ଆଗରେ ଧରାସାଇ ହୋଇଥିଲା ଇଂଲଣ୍ଡ । ଏହି ମ୍ୟାଚରେ ଷ୍ଟୋକ୍ସ ବାହିନି ୨୧୮ରେ ଅଲଅଉଟ ହୋଇଯାଇଥିଲା । ପରେ ବ୍ୟାଟିଙ୍ଗ କରିଥିଲା ଭାରତୀୟ ଦଳ । ଯେଉଁଥକମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍ । ପ୍ରଥମରୁ ହିଁ ଇଂଲଣ୍ଡ ଟିମ୍ ପାଇଁ ହୋଇଛନ୍ତି ଘାତକ । ସେ ୪ ବଲ୍ରେ ମାରିଛନ୍ତି ୩ ଛକ୍କା । ପ୍ରଥମେ ଯଶସ୍ୱୀ ଜୈଶ୍ବଓ୍ବାଲ୍ ଏବଂ ରୋହିତ ଶର୍ମ ଟିମ୍ ଇଣ୍ଡିଆ ପକ୍ଷରୁ ପଡିଆକୁ ଓହ୍ଲାଇଥିଲେ । କ୍ରିଜକୁ ଆସିବା ପରେ ଜୈସ୍ୱାଲ ଦେଖାଇଛନ୍ତି ଦମ୍ । ଯାହାକୁ ଦେଖିବା ପରେ ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ୟ୍ୟ । ଓପନିଂ ବ୍ୟାଟ୍ସମ୍ୟାନ୍ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆରମ୍ଭରୁ ରନ୍ କରିବା କଷ୍ଠକର ଥିଲା । ଜୈସ୍ୱାଲ ୨୭ ବଲରେ ମାତ୍ର ୬ ରନ୍ କରିଥିଲେ । କିନ୍ତୁ ନବମ ଓଭରରେ ବୋଲିଂ ପାଇଁ ଆସିଥିଲେ ଶୋଏବ ବଶୀର । ତାଙ୍କର ପ୍ରଥମ ୨ଟି ବଲ୍ ଡଟ୍ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୪ ବଲ୍ରେ ଜୈସ୍ୱାଲ ମାରିଥିଲେ ୩ ଛକ୍କା । ଆଉ ‘ବାଜ୍ବଲ୍’କୁ କରିଥିଲେ ଫେଲ୍ । ବଶୀରଙ୍କ ୩ୟ ବଲ୍ରେ ଲଙ୍ଗ୍-ଅଫ୍ ଆଡକୁ ବଢି ଲଗାଇଥିଲେ ଛକ୍କା । ତେବେ ୪ର୍ଥ ବଲ୍ ଡଟ୍ ହୋଇଥିବା ବେଳେ ପଞ୍ଚମ ବଲରେ ପୁଣି ଲଗାଇଥିଲେ ଛକ୍କା । ସେହିପରି ଓଭରର ୩ୟ ଛକ୍କା ପୁରା କ୍ଲାସିକ୍ ଅନ୍ଦାଜ୍ରେ ସିଧା ବ୍ୟାଟ୍ରେ ଲଗାଇଥିଲେ ଦମଦାର୍ ଛକ୍କା । ଜୈସ୍ୱାଲ ଏପର୍ୟ୍ୟନ୍ତ ଏହି ସିରିଜରେ ହାରାହାରି ୯୮ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ସେ ପୁରା ସିରିଜ୍ରେ ଗୋଟିଏ ଶତକ ଏବଂ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ତାଙ୍କ ବ୍ୟାଟ୍ରୁ ଦ୍ବିଶତକ ସିରିଜ୍ର ଦ୍ୱିତୀୟ ମ୍ୟାଚରେ ଆସିଥିଲା । ଯେଉଁଠାରେ ସେ ଆକ୍ରମଣାତ୍ମକ ଭାବେ ୭ଟି ଛକା ମାରି ୨୦୯ ରନ୍ର ଚମତ୍କାର ଇନିଂସ ଖେଳିଥିଲେ । ଏହା ମଧ୍ୟ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଯେ ଜୈସ୍ୱାଲ ପୁରା ସିରିଜରେ ୨୬ଟି ଛକା ମାରିଛନ୍ତି।

 

Related posts

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

Odisha Sports Bureau

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau