Cricket

ଦ୍ୱିତୀୟ ଟି-୨୦ରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ଟକ୍କର

(ଓଡିଶାସ୍ପୋର୍ଟସ): ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଫ୍ଲୋରିଡାରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବେ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିଥିବା ବେଳେ ଆଜିର ମ୍ୟାଚକୁ ଜିତି ସିରିଜ କବ୍ଚା କରିବାକୁ ଚାହିଁବ ବିରାଟ ବାହିନୀ । ଅନ୍ୟପଟେ ପ୍ରତମ ମ୍ୟାଚରେ ଖରାପ ବ୍ୟାଟି କାରଣରୁ ପରାଜୟ ହାସଲ କରିଥିବା ୱେଷ୍ଟଇଣ୍ଡିଜ ଆଜିର ମ୍ୟାଚକୁ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତକୁ ଜୋରଦାର ଟକ୍କର ଦେବ ।
ଗତକାଲି ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟି କରି ଭାରତୀୟ ଯୁବ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ୨୦ ଓଭରରେ ମାତ୍ର ୯୫ ରନ କରିବାକୁ ସମର୍ଥ ହୋଇଥିଲା । ଏହି ବିଜୟ ଲକ୍ଷ୍ୟକୁ ୧୭.୨ ଓଭରରେ ୬ ୱିକେଟ ହରାଇ ହାସଲ କରିନେଇଥିଲା ଭାରତୀୟ ଦଳ । ଏହି ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ ।

Related posts

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରି

Odisha Sports Bureau

ଟସ ଜିତିଲା ଭାରତ; ବୋଲିଂ ସହ ମ୍ୟାଚ ଆରମ୍ଭ କରିବ ଟିମ୍ ଇଣ୍ଡିଆ

Odisha Sports Bureau

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ ୫୯ ରନରେ ବିଜୟୀ: ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

Odisha Sports Bureau