Badminton

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

(ଓଡିଶାସ୍ପୋର୍ଟସ): ଥାଇଲାଣ୍ଡ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଡବଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ଯୋଡି ଭାବେ ଏହି ଦୁଇ ଖେଳାଳି କୌଣସି ବିଡବ୍ଲ୍ୟୁଏଫ୍‌ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏହି ଦୁଇ ଭାରତୀୟ ଖେଳାଳି ୨୧-୧୯, ୧୮-୨୧, ୨୧- ୧୮ରେ ତୃତୀୟ ସିଡ୍‌ ଚାଇନାର ଲି ଜୁନ ହୁଇ- ଲିୟୁ ୟୁ ଚେନ୍‌ଙ୍କୁ ପରାସ୍ତ କରି ଚାମ୍ପିୟନ ହେବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଥମ ଗେମ୍‌ରେ ଜିତିବା ପରେ ସାତ୍ତ୍ୱିକ ଓ ଚିରାଗ ଦ୍ୱିତୀୟ ସେଟରେ ପରାସ୍ତ ହୋଇଥିଲେ। ତେବେ ତୃତୀୟ ସେଟ୍‌ରେ କୌଣସି ତ୍ରୁଟି ନ କରି ଏହି ଯୋଡି ବିଜୟୀ ହେବା ସହ ମ୍ୟାଚ୍‌ ହାତେଇ ନେଇଥିଲେ। ବିଜୟୀ ହେବା ପାଇଁ ଏହି ଯୋଡି ଏକ ଘଣ୍ଟା ୨ ମିନିଟ ସମୟ ଆବଶ୍ୟକ କରିଥିଲେ। ଚଳିତ ସେସନରେ ଏମାନଙ୍କ ପାଇଁ ଏହା ପ୍ରଥମ ଫାଇନାଲ ମ୍ୟାଚ୍‌ ଥିଲା। ଉଲ୍ଲେଖଥାଉ କି, ବିଶ୍ୱର ୧୬ ନମ୍ବର ଯୋଡି ସାତ୍ତ୍ୱିକ ଓ ଶେଟ୍ଟୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ଶନିବାର ଏହି ଯୋଡି ସେମିଫାଇନାଲରେ ଦକ୍ଷିଣ କୋରିଆର ପୂର୍ବତନ ବିଶ୍ୱ ଚାମ୍ପିୟନ କୋ ସଙ୍ଗ ହ୍ୟୁନ ଓ ଶିନ ବାଏକ ଚେଓଲଙ୍କୁ ୨୨-୨୦, ୨୨-୨୪, ୨୧-୯ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

Related posts

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି

Odisha Sports Bureau