Cricket

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦକୁ ନେଇ ବଢ଼ିଲା ଚର୍ଚ୍ଚା

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦକୁ ନେଇ ବଢ଼ିଲା ଚର୍ଚ୍ଚା। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଥିବା ବେଳେ, ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ନେବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

BCCI invites applications for spin bowling coach at Centre Of Excellence -  India Today

ସୂଚନା ଅନୁସାରେ, ନୂଆ ମୁଖ୍ୟ ଚୟନକର୍ତ୍ତା ପାଇଁ ପୂର୍ବତନ ଭାରତୀୟ ୱିକେଟକିପର ପାର୍ଥିବ ପଟେଲ ଏବଂ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ଏନେଇ ବିସିସିଆଇ ପକ୍ଷରୁ ଅଧିକାରିକ ଘୋଷଣା ହୋଇନାହିଁ।ପ୍ରଜ୍ଞାନ ଓଝାଙ୍କ ପାଇଁ ଏହା ହେବ ଏକ ବଡ଼ ସୁଯୋଗ। ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ପ୍ରଜ୍ଞାନ ଏବେ ଭାରତୀୟ ବରିଷ୍ଠ ଦଳର ଚୟନ କମିଟିରେ ରହିଛନ୍ତି। ଯଦି ମୁଖ୍ୟ ଚୟନକର୍ତ୍ତା ଭାବେ ତାଙ୍କ ନାଁ ନିଶ୍ଚିତ ହୁଏ, ତେବେ ଜାତୀୟ କ୍ରିକେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଜଣେ ଓଡ଼ିଆଙ୍କୁ ଦେଖିବାକୁ ମିଳିବ।

Will Ajit Agarkar Get An Extension? Report Provides Huge Update On BCCI's  Decision | Cricket News

ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳରେ ଓଡ଼ିଶାର କୌଣସି ଖେଳାଳିଙ୍କ ପ୍ରତିନିଧିତ୍ୱ ନଥିବା ନେଇ ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏଭଳି ସମୟରେ ପ୍ରଜ୍ଞାନ ଓଝାଙ୍କ ନାଁ ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଆସିବା ଓଡ଼ିଶା କ୍ରିକେଟ୍‌ ପାଇଁ ନିଶ୍ଚିତ ଭାବେ ଏକ ଚର୍ଚ୍ଚିତ ଖବର। ଏବେ ଅପେକ୍ଷା ବିସିସିଆଇର ଅନ୍ତିମ ନିଷ୍ପତ୍ତିକୁ। କିଏ ହେବେ ଭାରତୀୟ କ୍ରିକେଟ୍‌ର ନୂଆ ମୁଖ୍ୟ ଚୟନକର୍ତ୍ତା—ପ୍ରଜ୍ଞାନ ଓଝା ନା ପାର୍ଥିବ ପଟେଲ? ଏହା ଉପରେ ରହିଛି ସମସ୍ତଙ୍କ ନଜର।

अजीत अगरकर के बाद कौन बनेगा BCCI का नया चीफ सेलेक्टर? 2 नाम रेस में सबसे  आगे – Khabar Jagat

Related posts

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau

ଟି -୨୦ କୁ ବାତ୍ୟା ଭୟ

Odisha Sports Bureau

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

Odisha Sports Bureau