Athletics

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ

ରବିବାର କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ ହୋଇ ଯାଇଛି । କ୍ରାଇମବ୍ରାଞ୍ଚ ମୁଖ୍ୟ ବିନୟତୋଷ ମିଶ୍ର ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବା ସହ ଏହି ଚାମ୍ପିୟନସିପ ଓଡିଶା ପୋଲିସର ଶୃଙ୍ଖଳା, ସଂଯମତା ଓ ସହନଶୀଳତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ ।

 ଏହି ରାଜ୍ୟସ୍ତରୀୟ କ୍ରୀଡା ମାଧ୍ୟମରେ ଓଡ଼ିଶା ପୋଲିସର କାର୍ଯ୍ୟରତ କର୍ମଚାରୀମାନେ ନିଜ ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି କହିଥିଲେ। ଏହାସହ ଚଳିତବର୍ଷ ପ୍ରତିଯୋଗିତାରେ ମହିଳା କ୍ରୀଡାବିତଙ୍କର ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧିପାଉଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ବିଗତ ଦିନରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଜାତୀୟ ଓ ଆନ୍ତର୍ଜାତୀୟ ପୋଲିସ କ୍ରୀଡା ପ୍ରତିଯୋଗିତାରେ ଅସାଧାରଣ ସଫଳତା ହାସଲ କରି ରାଜ୍ୟ ତଥା ପୋଲିସ ବିଭାଗର ଗୌରବ ବୃଦ୍ଧି କରିଛନ୍ତି । ଏହି ଚାମ୍ପିୟନସିପରୁ ସଫଳ ପ୍ରତିଯୋଗୀ ମାନେ ସର୍ବଭାରତୀୟ ପୋଲିସ ଅଥଲେଟିକ୍ ଚାମ୍ପିୟନସିପ  ସହିତ ଅନ୍ୟାନ୍ୟ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପୋଲିସକୁ ଗର୍ବିତ କରିବେ ବୋଲି ବିନୟତୋଷ ମିଶ୍ର ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ  ଧନ୍ୟବାଦ ଜଣାଇଥିଲେ।

Related posts

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…

Odisha Sports Bureau

ଇତିହାସ ରଚିଲେ ଗୁଲ୍ଭୀର, ଭାରୋତ୍ତୋଳନରେ ଚମକିଲେ ହରଜିନ୍ଦର

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

Odisha Sports Bureau