Cricket

ନିର୍ଣ୍ଣାୟକ ମୋଡ଼ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ, ICC ସମ୍ମୁଖରେ 3ଟି ସର୍ତ୍ତ ରଖିଲା PCB

ନୂଆଦିଲ୍ଲୀ: ଆଇସିସି ମେନ୍ସ T20 ବିଶ୍ୱକପ୍ 2026ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍‌କୁ ନେଇ ବିବାଦ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଦିନେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବାକୁ ଧମକ ଦେଉଥିବା ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଏବେ ଆଇସିସିର କଡ଼ା ଆଭିମୁଖ୍ୟ ପରେ ଆଲୋଚନା ଟେବୁଲକୁ ଫେରିଆସିଛି। ତେବେ ଏହି ଆଲୋଚନା ମଧ୍ୟରେ PCB ପକ୍ଷରୁ ରଖାଯାଇଥିବା ତିନୋଟି ସର୍ତ୍ତ ସମସ୍ତଙ୍କୁ ଚକିତ କରିଦେଇଛି। ରବିବାର ଲାହୋରରେ ଆଇସିସିର ଡେପୁଟି ଚେୟାରମ୍ୟାନ ଇମ୍ରାନ ଖ୍ୱାଜା ଓ PCB ମୁଖ୍ୟ ମୋହସିନ ନକଭିଙ୍କ ମଧ୍ୟରେ ଏକ ଦୀର୍ଘ ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପାକିସ୍ତାନ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରାଯାଇଛି।

ପ୍ରଥମ ଦାବି ଅନୁଯାୟୀ, ପାକିସ୍ତାନ ଆଇସିସି ପକ୍ଷରୁ ମିଳୁଥିବା ବାର୍ଷିକ ପାଣ୍ଠି ବା ଫଣ୍ଡିଂରେ ବୃଦ୍ଧି ଚାହୁଁଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା PCB ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଉଥିବା ବେଳେ, ଆଇସିସିର ନିୟମ ଅନୁଯାୟୀ ଏପରି ବୃଦ୍ଧି ସହଜ ନୁହେଁ। ଦ୍ୱିତୀୟ ଦାବି ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଆରମ୍ଭ କରାଯାଉ। ଏହି ଦାବି ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି, କାରଣ ଏକପଟେ ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ବହିଷ୍କାର କଥା କହୁଥିବା ବେଳେ, ଅନ୍ୟପଟେ ଭାରତ ସହ ଖେଳିବାକୁ ଆଗ୍ରହ ପ୍ରକାଶ କରୁଛି। ଭାରତ ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ସିରିଜ୍ ସମ୍ଭବ ନୁହେଁ। ତୃତୀୟ ଦାବି ହେଉଛି ପଡ଼ିଆରେ ‘ଖେଳ ଭାବନା’ ବଜାୟ ରଖିବା ପାଇଁ ‘ହ୍ୟାଣ୍ଡସେକ୍ ପ୍ରୋଟୋକଲ’ ଲାଗୁ କରାଯାଉ। ଏହା ଅନୁଯାୟୀ, ମ୍ୟାଚ୍ ପରେ ଉଭୟ ଦଳର ଖେଳାଳିମାନଙ୍କ ପାଇଁ ହାତ ମିଳାଇବା ବାଧ୍ୟତାମୂଳକ କରାଯିବ।

Related posts

ବିଶ୍ବ କପ୍ ପୂର୍ବରୁ ରୋହିତଙ୍କ ଗୋଡରେ ଆଘାତ

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau

ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau