Cricket

୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି

କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ ବିବେଚନା କରାଯାଏ । ସେ ୫୫୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳି ମୋଟ ୮୨ ଶତକ ହାସଲ କରିବା ସହ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋରରଙ୍କ ତାଲିକାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଜନ୍ମଦିନରେ ବିସିସିଆଇ ବ୍ୟତୀତ ଅନ୍ୟ ଖେଳାଳୀ ଏବଂ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ କୋହଲିଙ୍କ କ୍ରିକେଟ କ୍ୟାରିୟର କଥା କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୫୫୩ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୨୭, ୬୭୩ ରନସଂଗ୍ରହ କରିଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟରରେ ସେ ମୋଟ ୮୨ ଟି ଶତକ ଓ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ତାଙ୍କ ନାମରେ ସବୁଠୁ ଅଧିକ ୱାନଡେ ସେଞ୍ଚୁରୀ ମଧ୍ୟ ରହିଛି । ସେ ୫୧ଟି ଶତକ ସହ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ସେହିପରି କୋହଲି ୩୦୫ଟି ଦିନିକିଆ ମ୍ୟାଚ ଖେଳି ସାରିଥିବା ବେଳେ ଏବେ ବି ତାଙ୍କର ଦିନିକିଆ ଯାତ୍ରା ଜାରି ରହିଛି । ତେବେ ଏହି ୩୦୫ଟି ମ୍ୟାଚରେ ସେ ୧୪, ୨୫୫ ରନ କରିଛନ୍ତି । ଏହାସହ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୩ଟି ଆଇସିସି ଟ୍ରଫି ଜିତିଛନ୍ତି । ବିରାଟ ଏବେ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ତେବେ ସେ ୨୦୨୪ ଟି-୨୦ ବିଶ୍ୱକପରେ ବିଜୟୀ ଦଳର ଅଂଶ ଥିଲେ । ଏହାପରେ ସେ ଟି-୨୦ ଆର୍ନ୍ତଜାତୀୟ କ୍ୟାରିୟରରୁ ଅବସର ନେଇଥିଲେ । ୨ଟି ଫର୍ମାଟରୁ ଅବସର ନେବା ପରେ କୋହଲି ଏବେ ଦିନିକିଆ କ୍ରିକେଟ ଖେଳୁଛନ୍ତି ।

Related posts

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau

ଟ୍ୱିଟ କରି ଟ୍ରୋଲ ହେଲେ ରୋହିତ

Odisha Sports Bureau

ନେହଲ ୱାଧେରାଙ୍କ ଛକାମାଡରେ ଭାଙ୍ଗିଲା କାରର କାଚ