Cricket

ୱେଷ୍ଟଇଣ୍ଡିଜ୍ ପାଇଁ ଟିମ୍ ଇଣ୍ଡିଆ: ଜସପ୍ରିତ ବୁମରାଙ୍କୁ ରେଷ୍ଟ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି।। ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି। ଶୁଭମନ୍ ଗିଲଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇଥିବା ବେଳେ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ପୁରା ଟୁର୍ଣ୍ଣାମେଣ୍ଟରେ ସୁଯୋଗ ମିଳିନି। ଜସପ୍ରିତ ବୁମରାଙ୍କୁ ବି ରେଷ୍ଟ ଦିଆଯାଇଛି। ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ନମନ ଧୀର ଏବଂ ଆକିବ୍ ନବି। ସେହିପରି ନିତିଶ କୁମାର ରେଡ୍ଡି ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ।

ଅନ୍ୟପକ୍ଷରେ ଶ୍ରେୟାସ ଆୟରଙ୍କ ନେତୃତ୍ବରେ ୧୫ ଜଣିଆ ଟି ଟ୍ବେଣ୍ଟି ଦଳ ଘୋଷଣା ହୋଇଛି। ଟିମରେ ବୈଭବ ସୂର୍ଯ୍ୟବଂଶୀ ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି। ଆସନ୍ତା ସେପଟେମ୍ବର ୨୭ରୁ ଆରମ୍ଭ ହେଉଛି ଟୁର୍ଣ୍ଣାମେଣ୍ଟ। ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟିଟ୍ବେଣ୍ଟି ଖେଳାଯିବ।ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ ODI ଦଳକୁ ଫେରିଛନ୍ତି | ଜାଡେଜା କିଛି ସମୟ ପାଇଁ ODI ଦଳରୁ ବାହାରେ ଥିଲେ, କିନ୍ତୁ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି | ଆଶ୍ଚର୍ଯ୍ୟଜନକ ଭାବରେ, ଜମ୍ମୁ କାଶ୍ମୀରକୁ ରଣଜୀ ଟ୍ରଫି ଟାଇଟଲ ଦେଇଥିବା ଆକିବ ନବିଙ୍କୁ ODI ଦଳରେ ସ୍ଥାନ ଦିଆଯାଇଛି | ଏହା ପୂର୍ବରୁ, ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳରେ ସାମିଲ କରାଯାଇଥିଲା | ଆକିବଙ୍କୁ ପ୍ରଥମ ଥର ପାଇଁ ODI ଦଳରେ ସ୍ଥାନ ମିଳିଛି |

Related posts

ଫାଇନାଲ ମ୍ୟାଚ୍ ବିଗାଡ଼ି ପାରେ ବର୍ଷା !

Odisha Sports Bureau

ଗୋଟିଏ ବର୍ଷରେ ସର୍ବାଧିକ ୩୫୦ରୁ ଅଧିକ ସ୍କୋର, ସର୍ବାଧିକ ଛକା

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau