Athletics Cricket

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

ମ୍ୟାଚ୍ ଚାଲିଥିବା ସମୟରେ ଖେଳ ପଡିଆରେ ହିଁ ଟଳିପଡିଲେ କ୍ରିକେଟର । ଭାରତୀୟ କ୍ରିକେଟ ଜଗତରୁ ପୁଣି ଆସିଛି ଅତ୍ୟନ୍ତ ଦୁଃଖଦ ଖବର ଆଉ ତାହାହେଲା ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆ ମଝିରେ ଦେହାନ୍ତ ହୋଇଛି। ନିକଟରେ ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ ଖେଳିବା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା କେବଳ ମିଜୋରାମରେ ନୁହେଁ ବରଂ ସମଗ୍ର କ୍ରିକେଟ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସୃଷ୍ଟି କରିଛି। ତେବେ ୩୮ ବର୍ଷୀୟ କେ. ଲାଲରେମ୍ରୁଆତା ଏକ ସ୍ଥାନୀୟ ଦ୍ୱିତୀୟ ଡିଭିଜନ ଟୁର୍ନାମେଣ୍ଟରେ ଭେଙ୍ଗନୁଆଇ ରାଇଡର୍ସ କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ। ରିପୋର୍ଟ ଅନୁସାରେ, ବ୍ୟାଟିଂ ପରେ ସେ ପାଭିଲିୟନ ଫେରୁଥିବା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା। ଯେଉଁ କାରଣରୁ ସେ ପଡିଆ ମଝିରେ ହିଁ ଟଳିପଡିଲେ ଯାହା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କେ. ଲାଲରେମ୍ରୁଆତା ମିଜୋରାମ କ୍ରିକେଟରେ ଏକ ଜଣାଶୁଣା ନାମ ଥିଲେ। ସେ ରଣଜୀ ଟ୍ରଫିରେ ଦୁଇଥର ମିଜୋରାମର ପ୍ରତିନିଧିତ୍ୱ କରିଥିଲେ। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ୭ଟି ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟ ସହିତ, ସେ ସ୍ଥାନୀୟ ସ୍ତରରେ ଅନେକ କ୍ଲବ ପାଇଁ ଖେଳି ଚାଲିଥିଲେ ଏବଂ ଯୁବପିଢ଼ି ପାଇଁ ପ୍ରେରଣା ପାଲଟିଥିଲେ। ତାଙ୍କର ବିୟୋଗରେ ମିଜୋରାମ କ୍ରିକେଟ ଆସୋସିଏସନ (MCA) ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। ଏକ ବିବୃତ୍ତିରେ, ଆସୋସିଏସନ କହିଛି ଯେ, ଏହା ମିଜୋରାମ କ୍ରିକେଟ ପାଇଁ ଏକ ଅପୂରଣୀୟ କ୍ଷତି। MCA କହିଛି, ଆମେ କେ. ଲାଲରେମ୍ରୁଆତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ପ୍ରକାଶ କରୁଛୁ। ଭଗବାନ ସେମାନଙ୍କୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।

Related posts

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau