Cricket

କଥା ମାନିଲେନି ପାଣ୍ଡ୍ୟା !

BCCI ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ନିର୍ଦ୍ଦେଶକୁ, ଫୁ କରି ଉଡାଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ! ଯାହାକୁ ନେଇ ବିସିସିଆଇ ପାଖରେ ପାଣ୍ଡ୍ୟାଙ୍କୁ କୈଫତ ବି ଦେବାକୁ ପଡ଼ିପାରେ ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ବିଜୟ ହଜାରେ ଟ୍ରଫି ଚାଲିଛି । ଚଣ୍ଡିଗଡ଼ ବିପକ୍ଷରେ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବରୋଦା ୩୯୧ ରନ୍ କରିଥିଲା । ଯାହାର ଜବାବରେ ଚଣ୍ଡିଗଡ଼ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପାଣ୍ଡ୍ୟା ୩୧ ବଲ ଖେଳି ୭୫ ରନ୍ କରିଥିଲେ । ଏଥିରେ ୯ଟି ଛକା ଓ ୨ଟି ଚୌକା ଥିଲା । ମ୍ୟାଚରେ ତାଙ୍କ ଷ୍ଟ୍ରାଇକ ରେଟ୍ ୨୪୦ରୁ ଅଧିକ ଥିଲା । ହେଲେ ଏହାପରେ ପାଣ୍ଡ୍ୟା ପଡ଼ିଆରେ ଏମିତି କିଛି କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ବିସିସିଆଇର ଅନୁମତି ନଥିଲା ।

ଦମଦାର୍ ବାଟିଂରେ ପରେ, ବୋଲିଂ କରିବାକୁ ପାଣ୍ଡ୍ୟା ଆସିଥିଲେ । ଏବଂ କୋଟାର ପୂରା ୧୦ ଓଭର ବୋଲିଂ କରିଦେଲେ । ୧୦ ଓଭାରରେ ୬୬ ରନ୍ ଦେଇ ୩ଟି ଓ୍ବେକେଟ ବି ନେଲେ । ହେଲେ ଖବର ଅନୁସାରେ ପାଣ୍ଡ୍ୟାଙ୍କୁ ବିସିସିଆଇ ସିଓଇ ବୋଲିଂ ଅନୁମତି ଦେଇ ନଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ବେଳେ ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା ପାଣ୍ଡ୍ୟା ୧୦ ଓଭର ବୋଲିଂ କରିବାକୁ ଫିଟ୍ ନାହାନ୍ତି । ହେଲେ ବିଜୟ ହଜାରେ ଟ୍ରଫିରେ ସେ ୧୦ ଓଭର ବୋଲିଂ କରିଦେଲେ । ଆଗାମୀ ଟି-୨୦ ବିଶ୍ବକପ ପାଇଁ ପାଣ୍ଡ୍ୟା ଯେମିତି କୌଣସି ଆଘାତ ସମସ୍ୟାରେ ତି ନପଡ଼ନ୍ତି ତା’ଉପରେ ବିସିସିଆଇ ନଜର ରଖିଛି । ହେଲେ ବିଜୟ ହଜାରେ ଟ୍ରଫିରେ ସେ ସବୁ ନିର୍ଦ୍ଦେଶକୁ ଫୁ କରି ୧୦ ଓଭର ବୋଲିଂ କରିଦେଇଛନ୍ତି । ଯାହାକୁ ନେଇ ବିସିସିଆଇ ପାଖରେ ତାଙ୍କୁ କୈଫତ ବି ଦେବାକୁ ପଡ଼ିପାରେ । ଏପରି ବି କୁହାଯାଉଛି, ଏଥିପାଇଁ ବୋଧେ ସେ ବିସିସିଆଇର ଅନୁମତି ବି ନେଇଥାଇ ପାରନ୍ତି ।

Related posts

ଶୁଭମନ ଗିଲ ଗୌହାଟୀ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି

Odisha Sports Bureau

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

Odisha Sports Bureau

୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲ

Odisha Sports Bureau