Cricket

ଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମ

କ୍ରିକେଟ ଏମିତି ଏକ ଖେଳ ତେବେଳେ କଣ ହବ ତାହା ଜଣାନାହିଁ । ନିଜ ଖେଳ ଠାରୁ ଅନ୍ୟ କେଳ ଉପରେ ନଜର ଥାଏ । ଆଇପିଏଲ ଶେଷ ମ୍ୟାଚରେ ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗତ କାଲି ଶେଷ ଲିଗ୍ରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ରେ ହରାଇ ପ୍ଲେଅଫ୍ ରେସ୍ରୁ ବାଙ୍ଗାଲୋରକୁ ବିଦା କରିଦେଇଛି।। ସେହିପରି ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି।
ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ ଗୁଜରାଟ ଆଗରେ ୧୯୮ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଶୁବମନ୍ ଗିଲ୍ଙ୍କ ଶତକୀୟ ଇନିଂସ ବଳରେ ମାତ୍ର ୪ ୱିକେଟ୍ ହରାଇ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଯଦି ବାଙ୍ଗଲୋର ଜିତି ଥାନ୍ତା ତେବେ ଭଲ ରନରେଟ ଯୋଗୁ ପ୍ଲେଅଫକୁ ଯାଇଥାନ୍ତେ ଆରସିବି । ଏହାକୁ ଧୂଳିସାତ କରିଛି ଶୁଭମନ ଗିଲ । ଯେତେବେଳେ ଶୁବମନ୍ ଗିଲ୍ ୨୦ ଓଭରର ପ୍ରଥମ ବଲ୍ରେ ଛକା ମାରି ଶତକ ହାସଲ କରିଥିଲେ, ଏହି ସମୟରେ ହୋଟେଲରେ ବସି ମ୍ୟାଚ୍ ଦେଖୁଥିବା ମୁମ୍ବାଇ ଟିମ୍ର ଖେଳାଳି ଖୁସିରେ ଝୁମିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related posts

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

Odisha Sports Bureau

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

Odisha Sports Bureau

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau