Wrestling

ସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣ

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବିରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେଆନ୍ଦୋଳନ ଚଳାଇ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଥିବା ସତ୍ତ୍ୱେ କୁସ୍ତିଯୋଦ୍ଧାମାନେ ନିଜ ଆନ୍ଦୋଳନରୁ ଓହରି ନାହାନ୍ତି। ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କ ସମେତ ବହୁ କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବି କରି ଗତ ଏପ୍ରିଲ ୨୩ ତାରିଖରୁ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି।
ଏପରି ସମୟରେ ବ୍ରିଜଭୂଷଣ ଫେସବୁକ୍ରେ ଏକ ପୋଷ୍ଟ କରି ସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଏପରିକି ସେ ନାର୍କୋ ଟେଷ୍ଟ, ଲାଇ ଡିଟେକସନ୍ ଟେଷ୍ଟ ତଥା ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ମାତ୍ର ଏଥିନିମନ୍ତେ ସେ ନିଜର ଏକ ସର୍ତ୍ତ ରଖିଛନ୍ତି। ତାଙ୍କ ସର୍ତ୍ତ ଅନୁଯାୟୀ, ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ବି ସମାନ ପ୍ରକାର ପରୀକ୍ଷାର ସମ୍ମୁଖୀନ ହେବା ଉଚିତ। ଫଳରେ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ଦୁନିଆ ସାମ୍ନାକୁ ଆସିପାରିବ । ହେଲେ ଏ ନେଇ ଉଭୟ ରେସଲରଙ୍କ ମତ ମିଳିପାରିନି । ଦେଶର କୁସ୍ତିଯୋଦ୍ଧାମାନେ ୪ ମାସ ହେଲା ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୌଣସି ପ୍ରକାରର କୁସ୍ତି କାର୍ୟ୍ୟକ୍ରମ ହୋଇ ପାରୁନଥିବା ସୂଚନା ମିଳିଛି ।

Related posts

ରେସଲର ସପକ୍ଷରେ କେଜ୍ରିୱାଲ

Odisha Sports Bureau

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଜାତୀୟ ଟିଭି ଚ୍ୟାନେଲରେ ନାର୍କୋ ଟେଷ୍ଟର ସିଧା ପ୍ରସାରଣ କରାଯାଉ: ବଜରଙ୍ଗ