Cricket

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲଏଲସି ) ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ । ତେବେ ସେ ଗତ ଆଇପିଲଏ ଶେଷ ହେବା ପରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ କାର୍ତ୍ତିକ କହିଛନ୍ତି ଯେ, ‘ ଅବସର ପରେ ମୁଁ ଏଲଲଏସି ଖେଳିବା ପାଇଁ ମନସ୍ତ କରିଛି । ମୁଁ ପୁଣି ଥିଲେ ସମସ୍ତଙ୍କୁ ମନୋରଞ୍ଜନ କରିବା ପାଇଁ ଖେଳ ପଡିଆକୁ ଯିବି’ ।
ସୂଚନା ଅନୁଯାୟୀ, ତେବେ କାର୍ତ୍ତିକ ଭାରତ ପକ୍ଷରୁ ୧୮୦ଟି ମ୍ୟାଚ୍ (୩ଟି ଯାକ ଫର୍ମାଟ) ଖେଳି ୩,୪୬୩ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟରେ ସେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୱିକେଟ୍ କିପର ଭାବେ ୧୭୨ଟି ସଫଳତା ହାସଲ କରିଥିଲେ । ଆଇପିଏଲ୍ରେ ସେ ୧୭ଟି ସିଜନରେ ୨୬୭ଟି ମ୍ୟାଚ୍ ଖେଳି ୪,୮୪୨ରନ୍ (୨୨ଅର୍ଦ୍ଧଶତକ) ସଂଗ୍ରହ କରିଥିଲେ । ତେବେ ଆସନ୍ତା ୨୯ ତାରିଖରେ ଏଲ୍ଏଲ୍ସିର ପରବର୍ତ୍ତୀ ସଂସ୍କରଣ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଥିବାବେଳେ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି କୁହାଯାଉଛି । ନିକଟରେ ଅବସର ଘୋଷଣା କରିଥିବା ଶିଖର ଧାୱନ ମଧ୍ୟରେ ଏଲ୍ଏଲ୍ସି ଖେଳିବେ ବୋଲି ସୂଚନା ରହିଛି ।

 

Related posts

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

Odisha Sports Bureau

ପୁଣି କଳଙ୍କିତ ହେଲା ଜେଣ୍ଟିଲମ୍ୟାନ୍ସ ଗେମ କ୍ରିକେଟ

Odisha Sports Bureau

ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି