Cricket

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ରେ ଖେଳୁଥିବା ଦେଖିବାକୁ ନ ମିଳି ପାରନ୍ତି  କେ.ଏଲ ରାହୁଲ  ! ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି । ଗତ କିଛି ଦିନ ହେବ ଏହାକୁ ନେଇ ଆଲୋଚନା କରାଯାଉଥିଲା କି କେ.ଏଲ ରାହୁଲଙ୍କ ଲକ୍ଷ୍ନୌ ଟିମ୍‌ରେ କ’ଣ ଭବିଷ୍ୟତ ହେବ ।ତେବେ ଏହାକୁ ନେଇ ସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଏବେ ବାସ୍‌ ଏହା ଉପରେ ମୋହର ଲାଗିବାକୁ ବାକି ଅଛି।

ସୂଚନା ଅନୁସାରେ, ଆସନ୍ତା ଆଇପିଏଲ ସିଜନରେ ରାହୁଲ ଲକ୍ଷ୍ନୌ ଟିମ୍‌ର ଅଧିନାୟକ ରହିବେ ନାହିଁ। ଏଥିସହ ଏହି ଫ୍ରାଞ୍ଚାଇଜକୁ ନୂଆ ଅଧିନାୟକ ଆବଶ୍ୟକ। ତେବେ ଲକ୍ଷ୍ନୌ ଟିମ୍‌ର ନୂଆ ଅଧିନାୟକ କିଏ ହେବେ, ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଦଳ ଭିତରୁ ହେବେ ନା ମେଗା ନିଲାମୀରେ ନୂଆ ଅଧିନାୟକ ଆସିବେ। ଏହା ଉପରେ ଏବେ ନିଷ୍ପତ୍ତି ନେବାକୁ ବାକି ରହିଛି। ଯେହେତୁ କେ.ଏଲ ରାହୁଲ ଅଧିନାୟକରୁ ହଟିଛନ୍ତି, ଏଥିରୁ ସ୍ପଷ୍ଟ ଯେ ସେ ମେଗା ନିଲାମକୁ ଯିବେ। କୁହାଯାଉଛି ରାହୁଲଙ୍କୁ ଆସନ୍ତା ଆଇପିଏଲରେ ଅଲଗା ଟିମ୍‌ରେ ଖେଳୁଥିବା ଦେଖାଯାଇପାରେ। ଚର୍ଚ୍ଚା ହେଉଛି କି ରାହୁଲ ଆରସିବିକୁ ଯାଇପାରନ୍ତି। କାରଣ ଆରସିବିରୁ ଦିନେଶ କାର୍ତ୍ତିକଙ୍କ ସନ୍ୟାସ ନେବା ପରେ ଉଇକେଟ୍‌ କିପରର ତଲାସରେ ଦଳ ଅଛି। ଆଉ ରାହୁଲ ଦଳରେ ସାମିଲ ହେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ।

 

Related posts

ଫାଇନ ଦେବେ ସୌରଭ ଗାଙ୍ଗୁଲି

Odisha Sports Bureau

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ପଡ଼ିଲେ ଦୀପକ ଚହର

Odisha Sports Bureau

Leave a Comment