Cricket

ଭାରତ-ଆଫଗାନିସ୍ତାନ T20 ସିରିଜ୍‌ ପାଇଁ ଘୋଷଣା, ଦିଲ୍ଲୀରେ ହେବ ୩ଟି ମ୍ୟାଚ୍‌

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବ ତିନି ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍‌। BCCI ପକ୍ଷରୁ ସିରିଜ୍‌ର ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବରରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ତିନୋଟି ଯାକ ମ୍ୟାଚ୍‌ ଖେଳାଯିବ।

India vs Afghanistan Highlights: Bumrah, Arshdeep lead IND beat AFG by 47 runs | Mint

ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ଏହି ତିନିଟି ମୁକାବିଲା ଖେଳାଯିବ। ତିନୋଟି ମ୍ୟାଚ୍‌ ହିଁ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଆଫଗାନିସ୍ତାନ ଏହି ସିରିଜ୍‌ର ନାମମାତ୍ର ଆୟୋଜକ ଦଳ ହୋଇଥିଲେ ମଧ୍ୟ ମ୍ୟାଚ୍‌ଗୁଡ଼ିକ ଦିଲ୍ଲୀରେ ଖେଳାଯିବ।

ODI World Cup 2023: India vs Afghanistan, 9th ODI: Everything you need to know

ଏହି ସିରିଜ୍‌ରେ ସମସ୍ତଙ୍କ ନଜର ରହିବ ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ବୈଭବ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ରନ୍‌ର ବର୍ଷା କରିପାରନ୍ତି ବୋଲି ଆଶା ରହିଛି। ଷ୍ଟାଡିୟମ୍‌ର ଛୋଟ ବାଉଣ୍ଡାରୀ ତାଙ୍କ ଆକ୍ରମଣାତ୍ମକ ଖେଳକୁ ଅଧିକ ସୁହାଇପାରେ।

Under-19 World Cup 2026 - Vaibhav Sooryvanshi, Ayush Mhatre among players to watch from Group B | Cricinfo

ଆଉ ଏହି ସିରିଜ୍‌ରେ ବୈଭବ ଓ ଆଫଗାନିସ୍ତାନର ଷ୍ଟାର୍ ସ୍ପିନର ରାଶିଦ ଖାନଙ୍କ ମଧ୍ୟରେ ମୁକାବିଲା ଉପରେ ମଧ୍ୟ ରହିବ ବିଶେଷ ନଜର। ରାଶିଦଙ୍କ ସ୍ପିନ୍‌କୁ ବୈଭବ କିପରି ସାମ୍ନା କରୁଛନ୍ତି, ତାହା ଦେଖିବାକୁ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ିଛି।

Afghanistan's Rashid takes six wickets in ODI thrashing of Ireland | Cricket News | Al Jazeera

ସେପଟେ ଆଫଗାନିସ୍ତାନ ବିପକ୍ଷରେ T20 ରେକର୍ଡରେ ଭାରତର ପଲ୍ଲା ଭାରୀ। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୯ଟି T20 ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୭ଟି ଜିତିଛି, ଗୋଟିଏ ମ୍ୟାଚ୍‌ ସୁପର ଓଭରରେ ଭାରତ ଜିତିଥିଲା ଏବଂ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା।

Related posts

ଆକାଶ ଦୀପ ବାରାଣସୀରେ ଅକ୍ଷିତା ରାଜଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

Odisha Sports Bureau

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau