Cricket

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

ମୁମ୍ବାଇ : ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ । ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରି ନମ୍ବର ୱାନ୍ ବୋଲର ହୋଇଛନ୍ତି ମହମ୍ମଦ ଶାମି। ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକାକୀ ୫ଟି ୱିକେଟ୍ ହାସଲ କରି ସେ ଏହି ସଫଳତା ହାତେଇଛନ୍ତି । ଫଳରେ ବିଶ୍ୱକପ୍‌ରେ ମହମ୍ମଦ ଶାମୀଙ୍କ ୱିକେଟ୍ ସଂଖ୍ୟା ୪୫ ହୋଇଛି।
ଏହା ପୂର୍ବରୁ ୪୪ଟି ୱିକେଟ୍ ନେଇ ଦ୍ରୁତ ବୋଲର ଜାହିର ଖାନ୍ ନମ୍ବର ୱାନ୍‌ରେ ଥିଲେ। ହେଲେ ଏହି ବିଶ୍ୱକପ ମ୍ୟାଚରେ ଶାମି ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଅନ୍ୟପଟେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୦୨ ରନ୍‌ରେ ବିଶାଳ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍‌ଙ୍କ ୯୨ ରନ, ବିରାଟ କୋହଲିଙ୍କ ୮୮ ରନ ଓ ଶ୍ରେୟସ ଆୟଙ୍କ ବିସ୍ଫୋରକ ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୮ ଓ୍ଵିକେଟ୍ ୩୫୭ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଏମିତି ବ୍ୟାଟିଂ କରିବ ବୋଲି କେହି ଭାବି ନ ଥିଲେ। ଦଳ ଭାରତୀୟ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରି ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହୋଇଛି।

ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ ଓ ଦୁଷ୍ମନ୍ତ ଚମିରା ୧୨ ରନ ଲେଖାଏଁ କରିଥିବା ବେଳେ କଶୁନ ରଜିଥା ୧୯ ରନ କରିଛନ୍ତି। ପାଞ୍ଚ ଜଣ ବ୍ୟାଟର ଖାତା ବି ଖୋଲି ପାରି ନାହାନ୍ତି। ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ତୃତୀୟ ସର୍ବନିମ୍ନ ସ୍କୋର।

Related posts

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

Odisha Sports Bureau

ସମୁଦାୟ କେତେ ସମ୍ପତ୍ତିର ମାଲିକ ରୋହିତ ଶର୍ମା?

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ କିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ କଲା?

Odisha Sports Bureau