Cricket

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରି ବିଶ୍ବକପ୍ ଇତିହାସ‌ରେ ଭାରତ ନିଜର ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନ) ସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍‌ ଆଜି ଅପୂର୍ବ ଏକାଗ୍ରତା ଓ ଅସାଧାରଣ ଆକ୍ରମଣାତ୍ମକ ଖେଳର ପରିଚୟ ଦେଇ ପ୍ରତିପକ୍ଷ ତଥା ପଡ଼ୋଶୀ ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ। ଶ୍ରୀଲଙ୍କା କିନ୍ତୁ ମହମ୍ମଦ ସାମିଙ୍କ ନେତୃତ୍ବରେ ତିନି ଭାରତୀୟ ଦ୍ରୁତ ବୋଲରଙ୍କ ତୋଫାନି ବୋଲିଂ ଆଗରେ ତାସ୍‌ଘର ଭଳି ଭୁଶୁଡ଼ି ମାତ୍ର ୫୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଯାହାଫଳରେ ଭାରତ ୩୦୨ ରନ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌କୁ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଥିଲା।

ଭାରତୀୟ ଟିମକୁ ଏ‌ତେ ବଡ଼ ସଫଳତା ମିଳିବା ପରେ ବଲିଉଡ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ସେମିଫାଇନାଲକୁ ଯିବା ପରେ ଇନଷ୍ଟାରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଅନୁଷ୍କା। ଷ୍ଟୋରୀରେ ‘ଇଣ୍ଡିଆନ କ୍ରିକେଟ ଟିମ୍’ ପୋଷ୍ଟ କରିଥିବା ଏକ ଫଟୋକୁ ଅନୁଷ୍କା ସେୟାର କରିଥିଲେ।

ଏଥିରେ ସାମ୍ନାରେ ବିରାଟ ଓ ଅଧିନାୟକ ରୋହିତ ଶର୍ମା ନଜର ଆସୁଥିବା ବେଳେ ସେମାନଙ୍କ ପଛରେ ଅନ୍ୟ ଖେଳାଳିମାନେ ରହିଛନ୍ତି। ଏହି ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ‘ଏହି ଟିମ୍’। ଏହା ସହିତ ସେ ନୀଳ ରଙ୍ଗର ହୃଦୟ ଇମୋଜି ଦେଇଛନ୍ତି।

Related posts

ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ଅଭିଷେକ ଶର୍ମା, ସୂଚନା ଦେଲେ ଅଧିନାୟକ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau

ଗେଲଙ୍କ ପୁରୁଣା ଅବତାର

Odisha Sports Bureau