ଭୁବନେଶ୍ୱର: ଘରୋଇ ପଡିଆରେ ନର୍ଥଇଷ୍ଟୁ ୟୁନାଇଟେଡ ଏଫସି କୁ ଭେଟିବ ଓଡିଶା । ବେଙ୍ଗାଲୁରୁ ଏଫସି ବିପକ୍ଷରେ ପ୍ରତ୍ୟାବର୍ତ୍ତନ ବିଜୟ ପରେ ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।ତେବେ ରାତି ୮ଟାରେ ନର୍ଥଇଷ୍ଟୁ ୟୁନାଇଟେଡ ଏଫସି ଓ ଓଡିଶା ହେବେ ମୁହାଁମୁହିଁ । ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଦଳ ଭଲ ଆରମ୍ଭ କରିଛି। ଦୁଇଟି ବାହାର ମ୍ୟାଚ୍ ଏଫ୍ସି ଗୋଆ ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ବିପକ୍ଷରେ ହାରି ଯିବାରୁ ଦଳର ଚିନ୍ତା ବଢ଼ି ଯାଇଥିଲା। ହେଲେ କଳିଙ୍ଗରେ ଖେଳିଥିବା ଗତ ମ୍ୟାଚ୍ରେ ଦଳ ଘରୋଇ ସୁବିଧା ସହ ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ବେଙ୍ଗାଲୁରୁ ଏଫ୍ସିକୁ ୩-୨ ଗୋଲ୍ରେ ହରାଇଥିଲା। ସଂପ୍ରତି ଦଳ ୫ ମ୍ୟାଚ୍ରୁ ୭ ପଏଣ୍ଟ୍ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍ସି ପ୍ରଶିକ୍ଷକ କହିଛନ୍ତି, ‘‘ଲଗାତାର ମ୍ୟାଚ୍ ହେଉଥିଲେ ମଧ୍ୟ ଆମେ ସବୁ ପ୍ରକାର ଆହ୍ବାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ। ପରିସ୍ଥିତି ଓ ସମସ୍ୟା ଉପରେ ଯେତିକି ଧ୍ୟାନ ଦେଉନୁ, ତାହାଠୁ ଅଧିକ ସମାଧାନ ଉପରେ ଧ୍ୟାନ ଦେଉ। ଆମେ ନର୍ଥଇଷ୍ଟ ଏଫ୍ସି ବିପକ୍ଷରେ ପ୍ରସ୍ତୁତ। ଆମ ପାଖରେ ନରେନ୍ଦର ଓ କାର୍ଲୋସଙ୍କ ଭଳି ଭଲ ଖେଳାଳି ଅଛନ୍ତି। ସେମାନେ ଗତ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ମ୍ୟାଚ୍ର ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେବୁ। ସନ୍ତୁଳିତ ପ୍ରଦର୍ଶନ ଲାଗି ଉଭୟ ଆକ୍ରମଣାତ୍ମକ ଓ ପ୍ରତିରକ୍ଷା ନେଇ ରଣନୀତି କରିବୁ’’।