Cricket

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର

ମୁମ୍ବାଇ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୫ ତମ ମ୍ୟାଚ୍ । ଏହି ମୁକାବିଲା ଗୌହ୍ୱାଟୀ ଷ୍ଟାଡିୟମ୍ ରେ ଖେଳାଯିବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର । ଏହି ମ୍ୟା ଆଜି ରାତି ୭ଟା ୩୦ରେ ଖେଳାଯିବ । ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି ।ତେଣୁ ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୨ୟ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ସଞ୍ଜୁଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ । ୨ୟ ଦଳ ଭାବେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ରାଜସ୍ଥାନ । ତେଣୁ ବାକି ଥିବା ମ୍ୟାଚ ଗୁଡିକରେ ବିଜୟୀ ହେବା ସହ ପଏଣ୍ଟ ତାଲିକାରେ ଟପ୍ ରହିବାକୁ ଦଳ ଟାର୍ଗେଟ ରଖିଛି । ହେଲେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ରୁ ଦଳର ଷ୍ଟାର କ୍ରିକେଟ୍ର ଜୋଶ ବଟଲର୍ ଅନୁପସ୍ଥିତ ରହିବେ । ଯାହାକି ଦଳକୁଏକ ଶକ୍ତ ଝଟ୍କା । ସେହିପରି ପଞ୍ଜାବ କିଙ୍ଗସ୍ ବର୍ତ୍ତମାନ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ଏବଂ ୮ଟିରେ ପରାସ୍ତ ହେବାକୁପଡ଼ିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ର ୧୦ମ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣା ମେଣ୍ଟରୁ ଦଳ ବାହାର ହୋଇସାରିଲାଣି । ତେଣୁ ବାକି ଥିବା ମ୍ୟାଚ୍ରେ ଦଳ ବିଜୟ ସହ ଟୁର୍ଣ୍ଣା ମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି। ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ ଟପ୍ରେପ୍ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥି ରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ ରେ ରହିଛି । ଏହା ପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥି ରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପା ଖରେ ଏବେ ୧୪ ପଏଣ୍ଟ ରହିଛି। ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି।

Related posts

ଆଇପିଏଲ ୧୨ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସୁପରକିଙ୍ଗସ୍

Odisha Sports Bureau

ଭାରତର ବିଶାଳ ସ୍କୋର,ସିରିଜ ବରାବର ଲକ୍ଷ୍ୟରେ ଅଷ୍ଟ୍ରେଲିଆ

Odisha Sports Bureau

ବିସିସିଆଇର ବଡ଼ ନିଷ୍ପତି: ବର୍ଷକୁ କୋଟିଏ ଟଙ୍କା ଦରମା ପାଇବେ ଭାରତର ଘରୋଇ କ୍ରିକେଟର

Odisha Sports Bureau