Cricket

ଟି ୨୦ ବିଶ୍ୱକପର ସେମିଫାଇନାଲରେ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟ ଆମେରିକା ଏବଂ ୱେଷ୍ଟ ଇଣ୍ଡିଜରେ ହେବାକୁଥିବା ବେଳେ ସବୁ ଦଳ ନିଜ ନିଜ ର ସ୍କ୍ୱାଡ୍ ଘୋଷଣା କରିସାରିଛନ୍ତି । ତେବେ ଏହି ବିଶ୍ୱକପରେ ୨୦ ଟି ଦଳ ସାମିଲ ହେବାସହ ଫାଇନାଲ୍ ମ୍ୟାଚ ସୁଦ୍ଧା ୫୫ ଟି ମୁକାବିଲା ଖେଳାଯିବ । ହେଲେ ଏହି ମୁକାବିଲାରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ ।
ସୂଚନା ଅନୁଯାୟୀ, ଆଇସିସି ଏବଂ କ୍ରିକେଟ୍ ୱେଷ୍ଟ ଇଣ୍ଡିଜ ଦ୍ୱିତୀୟ ସେମିଫାଇନାଲ ପାଇଁ ରିଜର୍ଭ ଡେ ନ ରଖି ୨୫୦ ମିନିଟର ଏକ୍ସଟ୍ରା ଟାଇମ୍ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ସେହି ଦିନ ହିଁ ମ୍ୟାଚ୍ ଶେଷ ହୋଇପାରିବ । ଅର୍ଥା ତ୍ ମ୍ୟାଚ୍ ପାଇଁ ଅତିରିକ୍ତ ୪ ଘଣ୍ଟା ଦିଆଯିବ । ଫଳରେ ଟିମ ଗୁଡ଼ିକୁ ଲଗାତାର ଖେଳିବା, ଯାତ୍ରା କରିବା ଏବଂ ପରେ ଖେଳିବା ପାଇଁ ବାଧ୍ୟ କରିବାକୁ ପଡ଼ିବନାହିଁ । ପୂର୍ବରୁ ଯେକୌଣସି ଟିମ ପାଖରେ ଫାଇନାଲ୍ ମ୍ୟାଚ ଆଗରୁ ଯାତ୍ରା ପାଇଁ ଗୋଟିଏ ଦିନ ରହିଥାଏ ।କିନ୍ତୁ ଏପରି ସ୍ଥିତିରେ ସେମିଫାଇନାଲ୍ ଏବଂ ଫାଇନାଲ ମଧ୍ୟ ରେ ବହୁତ କମ ସମୟ ମିଳିବ । ତେବେ ଏପରି ସିଡ୍ୟୁଲ ଉପରେ ଲଗାତାର ପ୍ରଶ୍ନ ଉଠୁ ଥିଲେ ମଧ୍ୟ ଆଇସିସି ଏହି ନିଷ୍ପତ୍ତି ନେଇଛି ।
ସେପଟେ ପ୍ରଥମ ସେମିଫାଇନାଲ ଜୁନ ୨୬ରେ ତ୍ରିନିଦାଦରେ ଖେଳାଯିବ । ଏହା ସ୍ଥାନୀୟ ସମୟ ଅନୁସାରେ ରାତି ୮ଟା ୩୦ ମିନିଟରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହା ସକାଳ ୬ଟା ବେଳେ ହେବ । ଆୟୋଜକଙ୍କ ଦ୍ୱାରା ପ୍ରଥମ ସେମିଫାଇନାଲ ପା ଇଁ ରିଜର୍ଭ ଡେ’ ରଖାଯାଇଛି । ଯଦି ଏହି ସ୍ଥାନରେ ବର୍ଷା ହୁଏ ତେବେ, ମ୍ୟାଚ୍ ପରଦିନ ଅର୍ଥାତ ଜୁନ ୨୭ରେ ପୂରା କରାଯିବ ।
ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲ ଗୁୟାନାରେ ଖେଳାଯିବ । ଏଠାରେ ସ୍ଥିତି ଟିକିଏ ଅଲଗା ରହିବ। ଏହା ଜୁନ୍ ୨୭ରେ ଖେଳାଯାଉଥିବା ବେଳେ ସ୍ଥାନୀୟ ସମୟ ଅନୁସାରେ ସକାଳ ୧୦ଟା ୩୦ ମିନିଟରେ ହୋଇଥିବା ବେଳେ ଭାରତୀୟ ସମୟ ଅନୁସାରେ ଏହା ରାତି ୮ଟା ୩୦ ମିନିଟ୍ରେ ଖେଳାଯିବ । ଏହି ମ୍ୟାଚ୍କୁସେହି ଦିନ ହିଁ ଶେଷ କରାଯିବ । ଏହାପରେ ଜୁନ୍ ୨୮ରେ ଟ୍ରାଭେଲ୍ ଡେ’ ରଖା ଯାଇଥିବା ବେଳେ ଜୁନ୍ ୨୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବାର କାର୍ଯ୍ୟ ସୂଚି ରହିଛି ।

Related posts

ରୟାଲ୍ସ ଯାତ୍ରାରେ ବ୍ରେକ୍‌ ଲଗାଇଲା ହାଇଦ୍ରାବାଦ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା: ରିସି ଟପ୍‌ଲେ ଆଘାତପ୍ରାପ୍ତ

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ନେଲେ ବିଦାୟ

Odisha Sports Bureau

Leave a Comment