Cricket

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

ମହାରାଷ୍ଟ୍ର: ନିଜ ବନ୍ଧୁକରେ ନିଜକୁ ଗୁଳି କରି ନିହତ ହୋଇଛନ୍ତି ଭାରତୀୟ କ୍ରିକେଟର ଭାରତ ରତ୍ନ ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ । ଜାମନେର ସହରସ୍ଥିତ ନିଜ ପୈତୃକ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଏନେଇ ଆଜି ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ ଯବାନଙ୍କ ନାଁ ପ୍ରକାଶ କାପଡ଼େ(୩୯) ବୋଲି ଜଣାପଡ଼ିଛି। ସେ ଛୁଟିରେ ତାଙ୍କ ପୈତୃକ ସହରକୁ ଯାଇଥିଲେ। ସେଠାରେ ନିଜକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ପରିବାରରେ ବୟସ୍କ ମାତା-ମାତା, ପତ୍ନୀ, ଦୁଇ ପିଲା, ଜଣେ ଭାଇ ଏବଂ ଅନ୍ୟ ସଦସ୍ୟ ଅଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ। ସୂତ୍ରରୁ ଜଣାପଡିଛି ଯେ, ଏସଆରପିଏଫ ପକ୍ଷରୁ ସ୍ଵତନ୍ତ୍ର ତଦନ୍ତ କରାଯିବାର ସମ୍ଭାବନା ରହିଛି, କାରଣ ଯବାନ ଜଣକ ଭିଭିଆଇପି ସୁରକ୍ଷାରେ ନିୟୋଜିତ ଥିଲେ।

Related posts

ଅଜ୍ଞାତ ଖେଳାଳିଙ୍କ ପାଇଁ ୭.୨୦ କୋଟି ଖର୍ଚ୍ଚ କରିଛି ଦିଲ୍ଲୀ କ୍ୟାପିଟାଲ୍ସ; ଜାଣନ୍ତୁ କୁମାର କୁଶାଗ୍ର କିଏ

Odisha Sports Bureau

ଆଣ୍ଡ୍ରେ ରସେଲଙ୍କୁ ପଛରେ ପକାଇ ରେକର୍ଡ କରିଛନ୍ତି ରିଙ୍କୁ ସିଂହ…

୫୦ କୋଟି ନିଅ ଟି-୨୦ ଖେଳ

Odisha Sports Bureau