Cricket

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

ଆଜି ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ହାଇ ଭୋଲ୍ଟେଜ ଲଢେଇ | ରାତି ୭ଟି ୩୦ମିନିଟରେ ଖେଳାଯିବ ଏହି ଆଇପିଏଲ ମୁକାବିଲା । ଏହି ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୬ ତମ ମ୍ୟାଚ୍ । ବର୍ତ୍ତମାନ ଯାଏଁ ସନରାଇଜର୍ସ ହାଇଦ୍ରାବାଦ୍ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟି ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ର୪ର୍ଥ ସ୍ଥାନରେ ରହିଛି । ପ୍ଲେ-ଅଫ ରେସ୍ରେ ହାଇଦ୍ରାବାଦ୍ ଟିମ୍ ଆଗରେ ରହିଛି । ଦଳକୁ ପ୍ଲେ-ଅଫ ପାଇଁ କ୍ୱାଲିଫାଏ କରିବାକୁ ହେଲେ ଆଜିର ମ୍ୟାଚ୍ରେ ବିଜୟୀ କିମ୍ବା ୧ ପଏଣ୍ଟ ଦରକାର । ତେଣୁ ଆଜିର ମ୍ୟାଚ୍ରେ ହାଇଦ୍ରାବାଦ୍ ଟିମ୍ ପାଇଁ ବିଜୟୀ ଜରୁରୀ ରହିଛି ।

ସେହିପରି ଗୁଜରାଟ ଟାଇଟନ୍ସ ବର୍ତ୍ତମାନ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୧ ପଏଣ୍ଟ ରହିଛି । ଆଉ ପଏଣ୍ଟ ଟେବୁଲ୍ରେ ୮ମ ସ୍ଥାନରେ ରହିଛି । ଚଳିତ ସିଜିନ୍ର ପ୍ଲେ-ଅଫ ରେସ୍ରୁ ଗୁଜରାଟ ଟାଇଟନ୍ସ ବାଦ୍ ପଡିସାରିଲାଣି । ତେଣୁ ଆଜିର ମ୍ୟାଚ୍ରେ ବିଜୟୀ କିମ୍ବା ପରାଜୟ ଟିମ୍ ପାଇଁ ସେତେଟା ଫରକ ପଡିବନାହିଁ ।

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି।

Related posts

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ ୫୯ ରନରେ ବିଜୟୀ: ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

Odisha Sports Bureau

ଆଇପିଏଲ୍ ନିଲାମରେ ଯିଏ ବିକ୍ରି ହୋଇନଥିଲେ, ଶ୍ରୀଲଙ୍କା ସେହି ଖେଳାଳିଙ୍କୁ ନୂଆ ଅଧିନାୟକ କରିଛି; T20 ବିଶ୍ୱକପ୍ ପୂର୍ବରୁ ବଡ଼ ନିଷ୍ପତ୍ତି

Odisha Sports Bureau

ଅଭିଷେକ ଶର୍ମାଙ୍କୁ ଅଧିନାୟକ ପଦ ନ ମିଳିବାରୁ ଅସନ୍ତୁଷ୍ଟ ଯୁବରାଜ ସିଂହ