Cricket

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

(ଓଡ଼ିଶା ସ୍ପୋର୍ଟସ ): ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିପକ୍ଷ ବିଶିଷ୍ଠ ୱାନଡ଼େ ସିରିଜରୁ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ ରିଚାର୍ଡ଼ସନଙ୍କୁ ବାଦ ଦିଆଯାଇଛି । ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ଆଜି ଠାରୁ ଆରମ୍ଭ ହୋଇଥିବା ସିରିଜରୁ ତାଙ୍କୁ ବାଦ ଦିଆଯାଇଛି ।

ରିଚାର୍ଡ଼ସନ ପ୍ରଥମେ ମ୍ୟାଚ ପୂର୍ବରୁ ଅସୁସ୍ଥତା ବିଷୟରେ ଜଣାଇଥିଲେ । ଅଷ୍ଟ୍ରେଲିୟ ଦଳର ଡ଼ାକ୍ତରୀ କର୍ମଚାରୀମାନେ ତାଙ୍କର କରୋନା ଭାଇରସ ପରୀକ୍ଷା କରିଥିଲେ । ଯାହାର ଫଳାଫଳ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କ୍ରିକେଟ ଡ଼ଟ କମ ଅଷ୍ଟ୍ରେଲିୟ ଦଳର ମୁଖପାତ୍ରଙ୍କ ଉଦେ୍ଧଶ୍ୟରେ କହିଛି ଯେ ଆମେ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଛୁ ।

ଆଗାମୀ କିଛି ଦିନ ଭିତରେ କେନ ସଂପୂର୍ଣ୍ଣ ସୁସ୍ଥ ହୋଇ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଅଷ୍ଟ୍ରେଲିଆର କ୍ରିକେଟ ସିଏ ପୂର୍ବରୁ ଘୋଷଣା କରିଛି ଯେ ଚାପେଲ ହାଡ଼ଲେ ସିରିଜ ଦର୍ଶକଙ୍କ ବିନା ଖାଲି ଷ୍ଟ।।ଡ଼ିୟମରେ ଅନୁଷ୍ଠିତ ହେବ । ଏପରିକି ଦକ୍ଷିଣ ଆଫ୍ରିକାର ମହିଳା ଦଳ ଗସ୍ତକୁ ମଧ୍ୟ ବାତିଲ କରିଦିଆଯାଇଛି ।

Related posts

ଅବସର ଘୋଷଣା କଲେ ସ୍ପିନର ଶଦାବ ଜାକାତି

Odisha Sports Bureau

ଅଧିନାୟକତ୍ୱ ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ! ରିପୋର୍ଟରେ ବଡ ଖୁଲାସା

Odisha Sports Bureau

ଆଇପିଏଲରେ ମୁମ୍ବାଇର ଲଜ୍ଜାଜନକ ପରାଜୟ

Odisha Sports Bureau