Cricket

ବିନା ଦର୍ଶକରେ ଆରମ୍ଭ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

(ଓଡ଼ିଶା ସ୍ପୋର୍ଟସ ): ବିଶ୍ୱ ବ୍ୟାପୀ ମହାମାରୀରେ ପରିଣତ ହୋଇଥିବା କରୋନାଭାଇରସ ବତର୍ମାନ କ୍ରୀଡ଼ା ଜଗତକୁ ମଧ୍ୟ ପ୍ରଭାବିତ କରିଛି । ଏହି କାରଣ ହେତୁ ଅନେକ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଗୁଡ଼ିକ ବାତିଲ କରାଯାଉଥିବା ବେଳେ କେତେ ଗୁଡ଼ିକ ଖେଳକୁ ସ୍ଥଗିତ ରଖାଯାଇଛି । ଏହାର କାରଣ ହେଉଁଛି କିଛି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେଣୁ କରି ଅନେକ ଟୁର୍ନାମେଣ୍ଟକୁ ବିନା ଦର୍ଶକରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି କ୍ରମରେ ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ ଦିର୍ଶକଙ୍କ ବିନା ଅନୁଷ୍ଠିତ ହେଉଛି । ସିଡ଼ନୀରେ ଖେଳାଯାଉଥିବା ମ୍ୟାଚରେ କେବଳ ଖେଳ ସହ ଜଡ଼ିତ ଅଧିକାରୀ ଏବଂ ଉଭୟ ଦଳର ଖେଳାଳି ଉପସ୍ଥିତ ଅଛନ୍ତି ।
କେବଳ ସେତିକି ନୁହେଁ ଖାଲି ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚରେ ଖେଳାଳିମାନେ ନିର୍ଦ୍ଦେଶାବଳୀ ଅନୁସରଣ କରି ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ମ୍ୟାଚରେ ଟସ କରିବା ସମୟରେ ଅଷ୍ଟେଲୀୟ ଅଧିନାୟକ ଆରୋନା ଫିଞ୍ଚ ଏବଂ କିୱି ଅଧିନାୟକ କେନ ୱିଲିୟମସନ ହାତ ମିଳାଇ ନଥିଲେ । ଏଥି ସହିତ କିୱି ଖେଳାଳିମାନେ ମଧ୍ୟ ହାତ ବଦଳରେ ପାଦ ମିଳାଇଥିଲେ ।
ଏହା ବ୍ୟତୀତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୧୯ ଓଭରରେ ପ୍ରଥମ ବଲରେ ଆରୋନା ଫିଞ୍ଚ ଇଶ ସୋଡ଼ିଙ୍କ ବଲରେ ଛକା ମାରିଥିଲେ । ଏହା ପରେ ଦର୍ଶକ ଅଭାବ ହେତୁ ଫିଲ୍ଡିଂ କରୁଥିବା କିୱି ବୋଲର ଲକି ଫର୍ଗୁସନ ଷ୍ଟାଣ୍ଡକୁ ଯାଇ ନିଜେ ବଲ ଆଣିଥିଲେ ।
କରୋନାର ପ୍ରଭାବ ପ୍ରତିଟି ଖେଳ ଉପରେ ପଡ଼ିଛି । ଭାରତରେ ଆୟୋଜିତ ହେବାକୁ ଥିବା ଆଇପିଏଲ ୧୫ ଯାଏଁ ସ୍ଥଗିତ କରାଯାଇଛି । ଏଥିସହ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଦୁଇଟି ଦିନିକିଆ ମଧ୍ୟ ଦର୍ଶକଙ୍କ ବିନା ଉପସ୍ଥିତିରେ ଅନୁଷ୍ଠିତ ହେବ ।

Related posts

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

Odisha Sports Bureau

ଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅ