Cricket

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

ଜସପ୍ରିତ ବୁମରାହଙ୍କ ଘାତକ ବୋଲିଂ ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ବୁମରାହ ପାଞ୍ଚଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକା ର  ବ୍ୟାଟିଂ ଅର୍ଡର ଧ୍ବଂଶ କରିଥିଲେ। ପ୍ରଥମ ଦିନର ତୃତୀୟ ଅଧିବେଶନରେ ଭାରତ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଶୀଘ୍ର ଶେଷ କରିଥିଲା। ଭାରତ ଏବେ ପ୍ରଥମ ଇନିଂସରେ ଅଗ୍ରଣୀ ନେବାକୁ ଲକ୍ଷ୍ୟ ରଖିବ। ବୁମରାହଙ୍କ ବ୍ୟତୀତ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଯେତେବେଳେ କି ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ।

ତେବେ ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର ୨୨୨ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରାମ ସର୍ବାଧିକ ୩୧ ରନ୍ କରିଥିବା ବେଳେ ୱାଇଆନ୍ ମୁଲଡର ୨୪, ଟୋନି ଡି ଜିଓର୍ଗି ୨୪, ରିଆନ୍ ରିକେଲଟନ୍ ୨୩, କାଇଲ୍ ଭେରେନ୍ ୧୬, ସାଇମନ୍ ହାର୍ମର ୫, ଟେମ୍ବା ବାଭୁମା ୩ ଏବଂ କର୍ବିନ୍ ବୋଶ୍ ୩ ରନ୍ କରିଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍ସ ୧୫ ରନ୍ କରି ଅପରାଜିତ ରହିଥିଲେ।

India vs South Africa LIVE Score: Jasprit Bumrah's 5/27 bundles South Africa  for 159 in first innings | Mint

Related posts

୪ ମହଲାରୁ ପଡ଼ି ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ ମୃତ, ଆତ୍ମହତ୍ୟା ସଂଦେହ

ଶ୍ରୀଲଙ୍କା ଏ ବୋଲରଙ୍କୁ ନାକେଦମ କଲେ ସୁଦର୍ଶନ

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

Odisha Sports Bureau