Cricket

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

ମୁମ୍ବାଇ: ଅକ୍ଟୋବର ୫ ତାରିଖରୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଙଊଓ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ନିଜର ପ୍ରାରମ୍ଭିକ ଦଳ ସବୁଠୁ ପ୍ରଥମେ ଘୋଷଣା କରିଥିଲା। ଏଥିରେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯିବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ୍ ପାଇଁ ଦଳ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ଘୋଷଣା କରାଯାଇଥିଲା। ବର୍ତ୍ତମାନ ଆଫ୍ରିକା ଗସ୍ତ ପୂର୍ବରୁ ଦଳକୁ ଷ୍ଟିଭ୍ ସ୍ମିଥ୍ ଏବଂ ମିଚେଲ ଷ୍ଟାର୍କଙ୍କ ରୂପରେ ୨ ଟି ବଡ଼ ଝଟକା ଲାଗିଛି।
ODI ବିଶ୍ୱକପ ପୂର୍ବରୁ ସେମାନଙ୍କ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏବଂ ପରେ ଭାରତ ବିପକ୍ଷରେ ସିରିଜ୍ ଖେଳିବାର ସୁଯୋଗ ପାଇଛି । ଏଭଳି ପରିସ୍ଥିତିରେ ଦଳ ପୂର୍ଣ୍ଣ ସମ୍ଭାବନା ସହିତ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଚାହୁଁଥିଲା। ଯଦିଓ ଆହତ କାରଣରୁ ଆଫ୍ରିକା ବିପକ୍ଷ ସିରିଜରୁ ଅଧିନାୟକ ପ୍ୟାଟ୍ କମିନ୍ସ ବାଦ ପଡିଥିଲେ କିନ୍ତୁ ଏବେ ସ୍ମିଥ୍ ଏବଂ ଷ୍ଟାର୍କଙ୍କୁ ବାଦ ଦଳକୁ ଆଉ ଏକ ଝଟକା ଲାଗିଛି।
ହାତରେ ଆଘାତ ହେତୁ ଷ୍ଟିଭ୍ ସ୍ମିଥ୍ ଉଭୟ ଟି -୨୦ ଏବଂ ଏକଦିବସୀୟ ସିରିଜରୁ ବାଦ୍ ପଡିଛନ୍ତି ଏବଂ ଟି-୨୦ରେ ତାଙ୍କ ସ୍ଥାନ ଆଷ୍ଟନ୍ ଟର୍ନର ନେଇଥିବାବେଳେ ମାର୍ନୁସ୍ ଲାବୁସାଗ୍ନେଙ୍କୁ ODI ଦଳରେ ସାମିଲ କରାଯାଇଛି। ଅଣ୍ଟାରେ ସମସ୍ୟା ହେତୁ ମିଚେଲ ଷ୍ଟାର୍କ ଆଫ୍ରିକା ବିପକ୍ଷ ODI ସିରିଜରୁ ବାଦ ପଡିଛନ୍ତି ଏବଂ ତାଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଉଭୟ ଖେଳାଳି ଭାରତ ବିପକ୍ଷ ସିରିଜରେ ଫେରିବେ
ଅଷ୍ଟ୍ରେଲୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି ଯେ ସ୍ମିଥ୍ ଏବଂ ଷ୍ଟାର୍କ ବିଶ୍ୱକପ୍ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହେବେ ଏବଂ ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସମ୍ପୂର୍ଣ୍ଣ ଆଶା କରାଯାଇପାରେ । ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆକୁ ୩୦ ଅଗଷ୍ଟରୁ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବାକୁ ପଡିବ । ଏହା ପରେ ଦଳ ୭ ସେପ୍ଟେମ୍ବରରୁ ଆୟୋଜକ ଦଳ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ।

Related posts

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

Odisha Sports Bureau

ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଆୟର୍ଲାଣ୍ଡ ବିପକ୍ଷରେ! ଏହି ଦିନ ପାକିସ୍ତାନ ସହ ସଂଘର୍ଷ ହୋଇପାରେ

Odisha Sports Bureau

ଭାରତୀୟ ଟିମର ଅଭ୍ୟାସ ସେଶନରେ ଯୋଗ ଦେଲେ ସାମୀ

Odisha Sports Bureau