Cricket

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

ଆନ୍ତର୍ଜାତୀୟ କ୍ରିକେଟରେ କିଙ୍ଗ କୋହଲିଙ୍କ ୧୫ ବର୍ଷ ପୂରିଛି । ଅର୍ଥାତ ଆଜର ଦିନରେ କିଭ୍ଗ କୋହଲି ୧୫ ବର୍ଷ ତଳେ ଆନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି କରିଥିଲେ ।୨୦୦୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଯାହାକୁ ଆଜି ୧୫ ବର୍ଷ ପୂରଣ ହେଇଛି ।

୧୫ ବର୍ଷର କ୍ରିକେଟ କ୍ୟାରିୟରରେ କୋହଲି ଅନେକ ଉପଲବ୍ଧି ହାସଲ କରିଛନ୍ତି । ନିଜର ପ୍ରଥମ ମ୍ୟାଚରେ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ କୋହଲି ।କିନ୍ତୁ ଆଜି ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିପାରିଛନ୍ତି । ଖାଲି ସେତିକି ନୁହେଁ, କ୍ରିକେଟ୍ ଦୁନିଆର ଅନେକ ରେକର୍ଡକୁ ମଧ୍ୟ କୋହଲି ନିଜ ନାଁରେ କରିପାରିଛନ୍ତି ।

ବିରାଟ ୨୦୧୧ରେ ବିଶ୍ୱକପ ବିଜୟୀ ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ । କୋହଳି ଭାରତୀୟ ଦଳର ଟି-୨୦ ସିରିଜର ଟପ ସ୍କୋରର । ସେହିପରି ଟେଷ୍ଟ କ୍ରିକେଟର ୭ଟି ଡବଲ ସେଞ୍ଚୁରୀ ମାରିଥିବା କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର । ନିଜ କ୍ରିକେଟ କ୍ୟାରିୟର ଭିତରେ କୋହଲି ମୋଟ ୭୬ଟି ଶତକ ମାରିସାରିଲେଣି । ଆଜି ପର୍ୟ୍ୟନ୍ତ ସେ ମୋଟ ୫୦୧ଟି ମ୍ୟାଚ୍ ଖେଳିଥିବାବେଳେ, ୨୫ ହଜାର ୫୮୨ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କ ଆଭରେଜ୍ ୪୯.୨୯ ଥିବାବେଳେ, ଦିନିକିଆରେ ସେ ୫୭.୩୨ ଆଭରେଜରେ ୧୨ ହଜାରରୁ ଅଧିକ ରନ୍ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

 

Related posts

ମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟର

Odisha Sports Bureau

ହାର୍ଦ୍ଦିକଙ୍କୁ ଲାଗିଲା ଝଟକା, ଗିଲ ହିଁ ରହିବେ ଟିମ୍‌ର କ୍ୟାପଟେନ

Odisha Sports Bureau

୧୬୪ରେ ଅଟକିଲା କୋଲକତା

Odisha Sports Bureau