Cricket

ଆଜିରୁ ଆରମ୍ଭ ହୋବ ଭାରତ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ

ଆଜିରୁ ଆରମ୍ଭ ହୋବ ଭାରତ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ଏହି ସିରିଜ ଲାଗି ଆଇପିଏଲର ସଫଳ ତଥା ଭାରତ ନୂଆ ପିଢିର ଖେଳାଳିଙ୍କୁ ନେଇ ପଡିଆକୁ ଓଲ୍ହାଇବ ବୁମରା ବାହିନୀ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ଯୁବ ବାହୀତି ନାନ୍ଧରେ ଗୁରୁ ଦାଇତ୍ୱ ଦିଆଯାଇଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।

ଭାରତୀୟ ଦଳରେ ଆଇପିଏଲ ତାରକା ରିଙ୍କୁୁ ସିଂ, ଋତୁରାଜ ଗାଏକୱାଡ ଏବଂ ଜିତେଶ ଶର୍ମା ଅଛନ୍ତି । କିନ୍ତୁ ସମସ୍ତଙ୍କ ନଜର ବୁମରାଙ୍କ ଉପରେ ରହିବ । ଦୁଇ ମାସ ପରେ ଭାରତରେ ଆରମ୍ଭ ହୋଉଥିବା ଦିନିକିିଆ ବିଶ୍ୱକପରେ ଦ୍ରୁତ ବୋଲର ତଥା ବୁମରା ଭାରତୀୟ ଦଳର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ।ଗତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ୨୯ ବର୍ଷୀୟ ବୁମରାଙ୍କ ଅଣ୍ଟାରେ ଷ୍ଟ୍ରେସ୍ ଫ୍ରାକଚର ହୋଇଥିଲା । ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଦଳରେ ନେତୃତ୍ଵରେ ଆଣ୍ଡ୍ରିୟୁ ବାଲବର୍ଣ୍ଣି, ଦଳରେ ହ୍ୟାରି ଟେକ୍ଟର, ଲୋରକାନ୍ ଟକର୍, ବାମହାତୀ ସ୍ପିନର ଜର୍ଜ ଡକ୍ରେଲଙ୍କ ଭଳି ଦକ୍ଷ ଖେଳାଳି ଅଛନ୍ତି। ତେବେ ଏପର୍ୟ୍ୟନ୍ତ ଭାରତ ବିପକ୍ଷରେ ଆୟର୍ଲାଣ୍ଡ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ।

Related posts

ଫିଟ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ପୁନର୍ବାର ଅଧିନାୟକ ହୋଇପାରିବେ ନାହିଁ ରୋହିତ ଶର୍ମା!

Odisha Sports Bureau

୨୦୧୯ ବିଶ୍ୱକପ ପାଇଁ ଧୋନୀଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ :ରୋହିତ ଶର୍ମା

Odisha Sports Bureau

୨୩ ବର୍ଷ ବୟସରେ ପାଦ ଥାପିଲେ ସ୍ମୃତି