Cricket

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୪ ତମ ମ୍ୟାଚ୍ । ଆଉ ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା। ତେବେ ଆଜି ରାତି ୭ଟା ୩୦ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ରେ ହେବ ଏହି ଲଢେଇ। ପ୍ଲେ-ଅଫ୍ ରେସ୍ ପାଇଁ ଆଜିର ମ୍ୟାଚ ରେ ଉଭୟ ଦଳକୁ ବିଜୟୀ ଜରୁରୀ । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୭ଟି ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୬ଷ୍ଠ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିନଥିବା ବେଳେ ଶେଷ ଆଡକୁ ଜବରଦସ୍ତ ଖେଳ ଜାରି ରଖିଛି । ଦଳ ଏବେ ବି ପ୍ଲେ-ଅଫ ରେସ୍ ରେ ନିଜକୁ ରଖିଛି । ତେଣୁ ବାକି ଥିବା ସବୁ ମ୍ୟାଚ ରେ ବିଜୟୀ ହୋଇ ପ୍ଲେ-ଅଫ୍ ପାଇଁ ନିଜକୁ କ୍ୱାଲିଫାଏ କରିବାକୁ ଚେଷ୍ଟ କରିବ । ତେବେ ଟିମ୍ ର ଷ୍ଟାର୍ ଖେଳାଳିରେ ଭରପୁର ରହିଛି । ତେବେ ଆଜିର ମ୍ୟାଚରେ ରିଷଭ ପନ୍ଥ ବ୍ୟାକ କରିବାର ସୂଚନା ରହିଛି । ଗୋଟିଏ ମ୍ୟାଚ ରେ ବ୍ୟାନ୍ ଲାଗି ପୂର୍ବ ମୁକାବିଲାରେ ଖେଳିପାର ନିଥିଲେ ରିଷଭ । ସେହିପରି ଲକ୍ଷ୍ମୌ ସୁପର ଜାଏଣ୍ଟସ ବର୍ତ୍ତମାନ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ଏବଂ ୬ଟିରେ ପରାସ୍ତ ହେବାକୁପଡ଼ିଛି ।ତେଣୁ ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ ର ୭ମ ସ୍ଥାନରେ ରହିଛି । ତଥାପି ଦଳ ଏବେବି ପ୍ଲେ-ଅଫ୍ ରେସ୍ ରେ ରହିଛି । ତେଣୁ ଆଜିର ମ୍ୟାଚ ବିଜୟୀ ହୋଇ ପ୍ଲେ-ଅଫ୍ ସ୍ଥିତିକୁ ଆହୁରି ମଜବୁତ୍ କରିବାକୁ ଉଦ୍ୟମ କରିବ ରାହୁଲ ବାହିନୀ ।

Related posts

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ସ୍ଲୋ’ ଓଭର୍ ରେଟ୍ ପାଇଁ ଅଶ୍ୱିନଙ୍କ ଉପରେ ଜୋରିମନା

Odisha Sports Bureau

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

Odisha Sports Bureau

Leave a Comment