Uncategorized

ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ

ଆଜିଠୁ ଆରମ୍ଭ ହେବ ବିଶ୍ୱ କ୍ରୀଡାର ସୁବୁଠୁ ବଡ ମହାକୁମ୍ଭ । ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଉଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଉଦ୍ଘାଟନୀ ଉତ୍ସବ ଷ୍ଟାଡିୟମ୍ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟରେ ବହିଯାଇଛି ସିନ୍ ନଦୀ। ଏହି ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍ଙ୍କ ପରେଡ୍ ହେବ। ଏହି ନୌକାରେ ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ନଦୀ ଉପରେ ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ସାରା ପ୍ୟାରିସ୍ ସହର ଷ୍ଟାଡିୟମ୍ ପାଲଟିବ ଏବଂ ସେନ୍ ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍ବାସୀ ନୌକାରେ କ୍ରୀଡ଼ାବିତ୍ଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ପ୍ରାୟ ୩ଘଣ୍ଟା ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବିଶ୍ୱର ୩ହଜାର କଳାକାର ।
ଭାରତୀୟ ସମୟ ଅପରାହ୍ନ ୧ଟାରେ ମହିଳା ଓ ୫ଟି ୪୫ରେ ପୁରୁଷଙ୍କ ପ୍ରତିଯୋଗିତା ହେବ । ଅଲିମ୍ପକ୍ସ ପାଇଁ ପ୍ୟାରିସ ଗସ୍ତ କରିଛି ୧୧୭ ଜଣିଆ ଭାରତୀୟ ଦଳ । ୧୬ଟି ଖେଳରେ ୭୦ ପୁରୁଷ ଓ ୪୭ ମହିଳା ଖେଳାଳି ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ । ଚଳିତ ପ୍ୟାରିସ ଅଲମ୍ପିକ୍ସରେ ଭାଗ ନେଇଛନ୍ତି କିଟ ଓ କିସର ୧୨ ଜଣ ଖେଳାଳି । କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ।
ତେବେ ସମୁଦାୟ ୨୦୬ ଦେଶର ୧୦,୪୦୦ କ୍ରୀଡାବିତ । ୩୨ ଅଲଗା ଅଲଗା ଖେଳର ୩୨୯ ଇଭେଣ୍ଟରେ ମୁହାଁମୁହିଁ ହେବେ ବିଶ୍ୱ କ୍ରିଡାର ରଥୀମହାରଥୀ । ତେବେ ପ୍ୟାରିସ ସମେତ ୧୬ ସହରରେ ଖେଳାଯିବ ସମସ୍ତ ଇଭେଣ୍ଟ ।

Related posts

୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ

Odisha Sports Bureau

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

Odisha Sports Bureau

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau