Uncategorized

ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାର ଭାଗ ନେବାକୁ ଯିବେ ଆଠଗଡ଼ ଝିଅ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଖୁଣ୍ଟକଟା ପଂଚାୟତ ଅଧୀନ ରେଗେଡାପଡ଼ା ଗାଁ ର ଝିଅ କଳ୍ପନା ଜେନା। ଆଜି ଆଠଗଡ଼ ପାଇଁ ଗର୍ବ ପାଲଟିଛନ୍ତି। ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଝିଅ ଏବେ ଯିବେ ଚଳିତ ବର୍ଷ ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାର ସାଇକେଲ ଚାଳନାରେ ଭାଗ ନେବାକୁ। ଛୋଟ ବେଳୁ ସାଇକେଲ ଚାଳନାରେ ଥିଲା ଅନେକ ବୁର୍ବଳତା। ହେଲେ ବାପା ଗଦାଧର ଜେନା ଜଣେ କ୍ଷୁଦ୍ର ଚାଷୀ ହୋଇଥିବାରୁ ଝିଅ କଳ୍ପନା ପାଇଁ ଏକ ସାଇକେଲ ଯୋଗାଡ଼ କରିବା ପାଇଁ ସମ୍ବଳ ନଥିଲା । କିନ୍ତୁ ନିଜର ମନୋବଳ ଦୃଢ଼ ରଖି ସାଙ୍ଗ ସାଥି ମାନଙ୍କ ସାଇକେଲ ମାଗି ନିଜର ସାଇକେଲ ଚାଳନା ଅବ୍ୟାହତ ରଖିଥିଲେ। ଜଣେ ଭଲ ସାଇକେଲ ଚାଳକ ଭାବରେ ପ୍ରଥମେ ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ। ପରେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ନିଜର କଳା ପ୍ରଦର୍ଶନ କରି ମନୋନୟନକାରୀମାନଙ୍କ ମନ ଜିଣି ପାରିଥିଲେ। ଯାହାର ଫଳ ସ୍ୱରୂପ କଳ୍ପନା ଆସନ୍ତା ମାସରେ ଦିଲ୍ଲୀ ଯିବେ ଓ ପରେ ଜର୍ମାନୀ ପାଇଁ ନିଜର ରାସ୍ତା ବାଛିବେ। ଅତି ଗରିବ ପରିବାରରେ ଜନ୍ମ ନେଇ ଥିବା କଳ୍ପନାକୁ ବହୁ ଦୁଃଖ କଷ୍ଟରେ ମଣିଷ କରିଛନ୍ତି ତାଙ୍କ ବାପା ମା।

ଭଲ ଘର ଖଣ୍ଡେ ନାହିଁ ଏହି ପରିବାର ପାଖରେ। ବାପା ଗଦାଧର ଜେନା ନିଜର କିଛି ପୈତୃକ ଜମିରେ ଚାଷ କରି ନିଜର ପରିବାର ପୋଷଣ କରିଥାନ୍ତି । କିନ୍ତୁ ଝିଅର ଏହି ସଫଳତା ଆଜି ତାଙ୍କ ପରିବାରକୁ ଲୋକଲୋଚନକୁ ଆଣିପାରିଛି । କଳ୍ପନାଙ୍କ ଜର୍ମାନୀ ପାଇଁ ପ୍ରସ୍ତାବ ଆସିବା ପରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀଙ୍କ ଅନୁଗାମୀ ମାନେ କଳ୍ପନା ପାଇଁ ଏକ ସାଇକେଲ ଉପହାର ସ୍ୱରୂପ ଦେଇଛନ୍ତି । ଏହି ସଫଳତା ପଛରେ କଳ୍ପନା ତାଙ୍କ ଗାଁର ସମସ୍ତ ଲୋକମାନଙ୍କ ସହିତ ନିଜର ଗୁରୁ ବିବେକା ନନ୍ଦ ସାର୍ , ନିଜର ବାପା ମା ଓ ସ୍ଥାନୀୟ ବିଧାୟକଙ୍କୁ ଶ୍ରେୟ ଦେଇଛନ୍ତି ।

Related posts

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

Odisha Sports Bureau

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

Odisha Sports Bureau

ଫିଫା ବିଶ୍ୱକପ୍ ୨୦୨୬: ବିଶ୍ୱକପ୍‌ରୁ ବାଦ୍ ପଡ଼ି ମଧ୍ୟ ଖେଳାଳିଙ୍କୁ ମିଳିବ ଅଧା ଭାଗ