Uncategorized

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ୟୁରୋ : ୧୯ତମ ଏସୀୟ କ୍ରୀଡାର ଆଜି ହେଉଛି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ପ୍ରତିଦିନ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଚୀନର ହଙ୍ଗଝୌରେ ଚାଲିଥିବା ଏହି କ୍ରୀଡାରେ ଭାରିୀୟ ଦଳ ଆଉ ଏକ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସ୍କ୍ୱାଶରେ ପାକିସ୍ତାନକୁ ହରାଇ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛି । ପୁରୁଷ ଟିମ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ ।ଏହା ହେଉଛି ଭାରତର ୧୦ମ ସ୍ୱର୍ଣ୍ଣ ପଦକ । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଥିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ଏହାସହ ମୋଟ ପଦକ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଭାରତ ଏପର୍ୟ୍ୟନ୍ତ ୧୦ ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତି ପଦକ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି । ଏହି ସଫଳତା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗକୁ ଏହି ବିଜୟ ଧାରା ଜାରି ରହି ଦେଶ ପାଇଁ ଆହୁରି ଗର୍ବ ଆଣିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶନିବାର ସପ୍ତମ ଦିବସରେ ପ୍ରଥମ ପଦକ ସୁଟିଂରୁ ଆସିଥିଲା । ସର୍ବଜୋତ ଏବଂ ଦିବ୍ୟା ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡରେ ରୌପ୍ୟ ହାତେଇଥିଲେ । ଏବେ ପୁଣି ସ୍କ୍ୱାଶରେ ପାକିସ୍ତାନକୁ ହରାଇ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛି ।

Related posts

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ