Uncategorized

ପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜ

ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂ ଧୋନୀ ଏବେ ନିଜ ପୁରୁଣା ରୂପକୁ ଫେରିଛନ୍ତି । ପଡିଆରେ ଅଭ୍ୟାସ କରୁଥିବା ବେଳେ ମାହି ପୁଣି ବିଶାଳ ଛକ୍କା ମାରୁଥିବାର ଦେଖି ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ ।

ଆଉ ମାତ୍ର ସପ୍ତାହେ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ଫଟାଫଟ ସିଜନ ଆଇପିଏଲ । ତେବେ ଆଇପିଏଲର ଠିକ ପୂର୍ବରୁ ଏମିତି ଏକ ଭିଡିଓ ସାମନାକୁ ଆସିଛି ଯାହା ଧୋନୀ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ଦ୍ୱିଗୁଣିତ କରି ଦେଇଛି । ନେଟ ପ୍ରାକ୍ଟିସ ସମୟରେ ସେ ଖୁବ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ପୁରୁଣା ଅବତାର ଦେଖିଥିବା ବେଳେ ଆଇପିଏଲ ପୂର୍ବରୁ ତାଙ୍କର ଏଭଳି ଝଲକ ଦେଖି ଫ୍ୟାନ୍ସମାନେ ଏହି ଭିଡିଓକୁ ଖୁବ ପ୍ରଶଂସା କରୁଛନ୍ତି । ଧୋନୀଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧୋନୀ ଦୀପକ ଚହରଙ୍କ ବଲକୁ ଏକ ବିଶାଳ ଛକ୍କାରେ ମାରୁଥିବାର ଦେଖାଯାଇଛି । ଏହି ଭିଡିଓ ଚେନ୍ନାଇ ସୁପର କିଙ୍ଗସ ନିଜ ଅପିସିଆଲ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ।

Related posts

Olympics 2024: ରୌପ୍ୟ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

BCCI ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଘୋଷଣା କରିଲା ଦଳ, ଟେଷ୍ଟରେ ଯଶସ୍ୱୀ ଜୈସୱାଲ

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଖେଳାଳି କଶିକା ମିଶ୍ର