Cricket

ଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ: କ୍ରିକେଟର ଫଟାଫଟ ସିଜନ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ପୁଣି ଥରେ ଦେଖିବାକୁ ମିଳିବ ଛକା ଚୌକାର ବର୍ଷା । ଏହାରି ମଧ୍ୟରେ ଆଇପିଏଲର ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ଖୁବ ଭାଇରାଳ ହେବାରେ ଲାଗିଛି । ଯାହାକୁ ନେଇ ଆଇପିଏଲ ପୂର୍ବରୁ ହିଁ ମୁମ୍ବାଇ ଚର୍ଚ୍ଚାର ପରିସରକୁ ଆସିଛି । ଦଳର ମେଣ୍ଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି ।

ୟୁଏଇରେ ସଚିନଙ୍କ ପହଞ୍ଚିବାର ଏକ ଦୃଶ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସୋଶଲ ମିଡିଆରେ ପୋଷ୍ଟ କରିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଚିନ ମୁମ୍ବାଇ କ୍ୟାମ୍ପରେ ଏକ ଦମଦାର ଏଣ୍ଟ୍ରି ମାରିଛନ୍ତି । କୌଣସି ଏକ ହିରୋର ଏଣ୍ଟ୍ରି ଭଳି ଦଳରେ ଯୋଗ ଦେଇଛନ୍ତି ଗଡ ଅଫ କ୍ରିକେଟ । ସଚିନଙ୍କର ଏହି ଅନ୍ଦାଜକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରିଛନ୍ତି । ଭିଡିଓର ପୃଷ୍ଠଭୁମିରେ ଏକ ମହାନ ସଙ୍ଗୀତ ଦିଆଯାଇଥିବା ବେଳେ ପୋଷ୍ଟରେ “ଦ ଆଇକନ, ଦ ଲେଜେଣ୍ଡଜ, ସ୍ୱାଗତ ଆହେ” ଲେଖାଯାଇଛି ।

ସଚିନଙ୍କ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ମାଞ୍ଚଷ୍ଟରରେ ଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳୀ ଜଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏକ ଚାର୍ଟର ବିମାନରେ ୟୁଏଇ ଅଣାଯାଇଛି । ଖେଳାଳୀମାନଭ୍କ ବ୍ୟତୀତ ସେମାନଙ୍କ ପରିବାରକୁ ମଧ୍ୟ ବିମାନ ସାହାଯ୍ୟରେ ଆବୁଧାବି ଅଣାଯାଇଛି । ଗାଇଡଲାଇନ ଅନୁସାରେ ଏମାନେ ୬ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି ଜଣାଯାଇଛି ।

Related posts

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

Odisha Sports Bureau

ଆରସିବି ଜିତିବା ପରେ ଖୁସିରେ ନାଚିଲେ ଅନୁଷ୍କା