Cricket

ଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ । ଲମ୍ବା ବ୍ରେକ ପରେ ପୁଣି ଥରେ ଆଇପିଏଲ୨୦୨୧ ଟାଇଟଲ ପାଇଁ ସମସ୍ତ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି । ଦଳର ପୟାୟ ସମସ୍ତ ଖେଳାଳୀ ମଧ୍ୟ ୟୁଏଇରେ ପହଞ୍ଚି ସାରିଛନ୍ତି । ତେବେ ଏଥି ମଧ୍ୟରେ ଷ୍ଟାର ସ୍ପୋର୍ଟସ ଆଇପିଏଲ ପାଇଁ ଭାଷ୍ୟକାରଙ୍କ ତାଲିକା ଘୋଷଣା କରିିଛି । ବିଶ୍ୱର ସର୍ବ ବୃହତ କ୍ରିକେଟ ଲିଗ ଆଇପିଏଲରେ ହିନ୍ଦୀ ଭାଷ୍ୟକାର ଭାବରେ ୯ ଜଣଙ୍କୁ ଚୟନ କରାଯାଉଥିବା ବେଳେ ଇଂରାଜୀ କମେଣ୍ଟ୍ରି ପାଇଁ ମୋଟ ୧୪ ଜଣଙ୍କୁ ସିଲେକ୍ସନ କରାଯାଇଛି ।
ହିନ୍ଦୀ ଭାଷା ପାଇଁ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ନିଖିଲ ଚୋପ୍ରା, କିରଣ ମୋରେ, ଜତିନ ସପ୍ରୁ,ତାନ୍ୟା ପୁରୋହିତ, ପାର୍ଥିବ ପଟେଲ ଏବଂ ସୁରେଶ ସୁନ୍ଦରମଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ଇଂରାଜୀ ଭାଷା ପାଇଁ ହର୍ଷ ଭୋଗଲେ, ଏଲ ଶିବରାମକୃଷ୍ଣ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ସୁନୀଲ ଗାଭାସ୍କର, କେଭିନ ପିଟରସନ ପ୍ରମୁଖଙ୍କୁ ସାମିଲ କରାଯାଇଛି । ଏମାନଙ୍କ ସହିତ ଅଞ୍ଜୁମ ଚୋପ୍ରା, ସାଇମନ ଡୁଲ, ପୌମି ମାମ୍ବ୍ୟା, ନିକୋଲସା ନାଇଟ, ଏଲନ ୱିଙ୍କଲିନ୍ସ, ମାଥ୍ୟୁ ହେଡେନ,ଇଆନ ବିଶାପ ଏବଂ ଡେନି ମାରିସନଙ୍କ ସ୍ୱରରେ ମଧ୍ୟ ଇଂରାଜୀ କମେଣ୍ଟ୍ରି ଶୁଣି ପାରିବେ ଦର୍ଶକ ।

Related posts

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

Odisha Sports Bureau

ଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା 

ରିଙ୍କୁ ସିଂଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ

Odisha Sports Bureau