Uncategorized

ନୀତାଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ୍‌-ଦି-ଇୟର ପୁରସ୍କାର

ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ‘‘ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡ଼ା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡ଼ା ଉତ୍କର୍ଷର ବର୍ଷ ହୋଇଛି। ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟ୍‌ମାନେ ବିଶ୍ୱସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ୍‌ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡ଼ା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।’’

Related posts

କାନସାସରେ ପୁରୁଷ ହାଇଜମ୍ପ ଟାଇଟଲ ଜିତିଲେ ତେଜସ୍ୱିନ ଶଙ୍କର

Odisha Sports Bureau

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau