Uncategorized

ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ଚାଲିଛି ପ୍ୟାରିସ ଅଲିମ୍ପିକ୍ସ । ମୈଦାନରେ କସରତ କରୁଛନ୍ତି ସମସ୍ତ ଦେଶର ଖେଳାଳି । ଏହାରି ଭିତରେ ଭରତ ପାଇଛି ୨ଟି ପଦକ । ଏବେ ଆଉ ଏକ ପଦକ ଅଣିବାକୁ ରଣ କ୍ଷେତ୍ରରେ ଚାଲିଛି ଚେଷ୍ଟା । ଏହାରି ଭିତାର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସେ ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚକୁ ପିଭି ସିନ୍ଧୁ ସିଧାସଳଖ ସେଟରେ ଜିତି ଯାଇଛନ୍ତି । ସେ ଇଷ୍ଟୋନିଆ ଖେଳାଳିଙ୍କୁ ପ୍ରାୟ ୩୪ ମିନିଟରେ ହରାଇଛନ୍ତି । ଏହାପୂର୍ବରୁ ପ୍ରଥମ ରାଉଣ୍ଡରେ ସେ ମଲଦ୍ୱୀପର ଫାତିମା ନବାହା ଅବଦୁଲ ରାଜାକଙ୍କୁ ଏକପାଖିଆ ମ୍ୟାଚରେ ପରାସ୍ତ କରିଥିଲେ ।
ସୂଚନା ଅନୁଯାୟୀ , ମ୍ୟାଚ ଅରମ୍ଭରୁ ହିଁ ପିଭି ସିନ୍ଧୁ ନିଜର ଦବଦବା ବଜାୟ ରଖିଥିଲେ । ସେ ଅତି ସହଜରେ ୨୧-୫ରେ ପ୍ରଥମ ସେଟ ଜିତିଥିଲେ । ସେହିପରି ଦ୍ୱିତୀୟ ସେଟରେ ମଧ୍ୟ ସିନ୍ଧୁଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ ଏବଂ ଭାରତୀୟ ତାରକା ଦ୍ୱିତୀୟ ସେଟକୁ ୨୧-୨୦ରେ ଜିତି ଯାଇଥିଲେ । ପ୍ୟାରିସ ଅଲିମ୍ପିକରେ ପିଭି ସିନ୍ଧୁ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି ।

Related posts

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଗ୍ରୁପର ନେତୃତ୍ୱ ନେବେ ନୀରଜ ଚୋପ୍ରା

ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ହେବେ ଧ୍ୱଜାଧାରୀ

Odisha Sports Bureau

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ

Odisha Sports Bureau