Uncategorized

ରଣଜୀ ଟ୍ରଫିରେ ୪୦୦ ରନ୍ର ଐତିହାସିକ ଇନିଂସ୍

କ୍ରିକେଟ୍ ପଡ଼ିଆରେ ରନ୍‌ର ବର୍ଷା। ରଣଜୀ ଟ୍ରଫିରେ ୪୦୦ ରନ୍‌ର ଐତିହାସିକ ଇନିଂସ୍। ୭୮ ବର୍ଷ ପରେ ପୁଣି ଥରେ ଦେଖିବାକୁ ମିଳିଲା ଏଭଳି ବିରଳ କାରନାମା। ମିଜୋରାମର ବ୍ୟାଟର ଚିନ୍ମୟ ସୁତାର ନାଗାଲାଣ୍ଡ ବିପକ୍ଷରେ ୪୦୦ ରନ୍ କରି ରଚିଛନ୍ତି ନୂଆ ଇତିହାସ।

77 ఏళ్ల తర్వాత క్వాడ్రపుల్ సెంచరీ.. ఎవరీ చిన్మయ్ సుతార్! | Who Is Chinmay  Sutar? Mizoram Batter Creates History With Unbeaten 400 in Ranji Trophy  2026-27 - Telugu MyKhel

ରଣଜୀ ଟ୍ରଫି ୨୦୨୫-୨୬ ସିଜିନ୍‌ର ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍‌ରେ ଚିନ୍ମୟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଦମ୍‌ଦାର ବ୍ୟାଟିଂ। ନାଗାଲାଣ୍ଡ ବିପକ୍ଷରେ ତାଙ୍କର ଏହି ମାରାଥନ୍ ଇନିଂସ୍‌ରେ ସାମିଲ ଥିଲା ୪୬ଟି ଚୌକା ଓ ୭ଟି ଛକା। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ମିଜୋରାମ ପ୍ରଥମ ଇନିଂସ୍‌ରେ ୯ ୱିକେଟ୍ ହରାଇ ୫୮୧ ରନ୍ କରି ଇନିଂସ୍ ଘୋଷଣା କରିଛି।

Ranji Trophy - Chinmay Sutar goes from Mumbai to Mizoram and into the  record books | Cricinfo

ଏହି ଐତିହାସିକ ସଫଳତା ସହ ଚିନ୍ମୟ ସୁତାର ରଣଜୀ ଟ୍ରଫିରେ ୪୦୦ ରନ୍ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ୧୯୪୮ ମସିହାରେ ବିବି ନିମ୍ବାଲକର ୪୪୩ ରନ୍‌ର ଅପରାଜିତ ଇନିଂସ୍ ଖେଳି ଏହି ରେକର୍ଡ କରିଥିଲେ। ଦୀର୍ଘ ୭୮ ବର୍ଷ ପରେ ପୁଣି ଥରେ ରଣଜୀ କ୍ରିକେଟ୍‌ରେ ୪୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁଛନ୍ତି ଜଣେ ବ୍ୟାଟର।
କେବଳ ରଣଜୀ ଟ୍ରଫି ନୁହେଁ, ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ୪୦୦ ରନ୍ କରିବାରେ ଚିନ୍ମୟ ହୋଇଛନ୍ତି ବିଶ୍ୱର ଦଶମ ବ୍ୟାଟର। ତାଙ୍କର ଏହି ଅବିଶ୍ୱସନୀୟ ଇନିଂସ୍ କ୍ରିକେଟ୍ ଜଗତରେ ସୃଷ୍ଟି କରିଛି ନୂଆ ଚର୍ଚ୍ଚା।

Who is Chinmay Sutar? The Mumbai-born batter who scored 400 to make Ranji  Trophy history | CricInnings

ତେବେ ଚିନ୍ମୟ ସୁତାରଙ୍କ ଏହି ଐତିହାସିକ ପାଳି ତାଙ୍କୁ କେବଳ ମିଜୋରାମ ନୁହେଁ, ବରଂ ଭାରତୀୟ ଘରୋଇ କ୍ରିକେଟ୍‌ରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ତାଙ୍କର ଏହି ରେକର୍ଡ ଇନିଂସ୍ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ।

Chinmay Sutar creates history by becoming only the second batter after BB  Nimbalkar (443*) to score a 400 in the Ranji Trophy, also becoming just the  second Indian to achieve a quadruple

Related posts

ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହେବେ କୁଲଦୀପ ଯାଦବ

Odisha Sports Bureau

ଅଙ୍କିତାଙ୍କୁ ଅଲିମ୍ପିକ୍ସ ଟିକେଟ୍‌

Odisha Sports Bureau

ସୁସ୍ଥ ହେଉଛନ୍ତି ଶ୍ରେୟସ ହେଲେ ଫେରିବେନି ଭାରତ

Odisha Sports Bureau