Cricket

ଆଗାମୀ ଟି-୨୦ ସିରିଜ୍କୁ ନେଇ ଭାରତୀୟ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି

ଆଗାମୀ ଟି-୨୦ ସିରିଜ୍‌କୁ ନେଇ ଭାରତୀୟ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ଖେଳାଯିବ। ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ ଦିନ ୧୨ଟା ୩୦ରେ ଆରମ୍ଭ ହେବ।

India vs New Zealand T20I Series Preview, Key Battles: Jet-lagged India eye  strong start against New Zealand in 1st T20 - Rediff Cricket

ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂଙ୍କ ଉପରେ ରହିବ। ଅନ୍ୟପଟେ ଆହତ ସମସ୍ୟାରୁ ମୁକୁଳିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ଶକ୍ତି ଯୋଗାଇପାରେ। ତେବେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିବା ସମ୍ଭାବନା କମ୍‌। ଓପନିଂ ଦାୟିତ୍ୱରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଉପରେ ଦଳ ପ୍ରବନ୍ଧକ ଭରସା କରିପାରନ୍ତି। ତୃତୀୟ ଦ୍ରୁତ ବୋଲର ଭାବେ ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସ୍ଥାନ ମିଳିପାରେ। ବର୍ତ୍ତମାନର ଦଳୀୟ ସମୀକରଣକୁ ଦେଖିଲେ ପ୍ରିନ୍ସ ଯାଦବଙ୍କ ପାଳି ଭାରି ରହିପାରେ। ସେହିପରି ଶିବମ ଦୁବେ ଓ ନୀତିଶ କୁମାର ରେଡ୍ଡୀଙ୍କ ରୂପରେ ଭାରତ ପାଖରେ ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ବିକଳ୍ପ ରହିଛି। ଉଭୟଙ୍କୁ ଏକାଠି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ କି ନାହିଁ, ତାହା ଉପରେ ନଜର ରହିବ। ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତାଙ୍କ ଉପସ୍ଥିତିରେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଅଲରାଉଣ୍ଡର ନମନ ଧୀରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ଆଶା ରହିଛି। ଏଭଳି ସ୍ଥିତିରେ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଅନିଶ୍ଚିତତା ରହିଛି।

India vs New Zealand final: One player India must drop against Kiwis in  Ahmedabad

ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ :-

ସଞ୍ଜୁ ସାମସନ (ୱିକେଟ୍‌କିପର), ଅଭିଷେକ ଶର୍ମା, ଇଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ।

ନ୍ୟୁଜିଲାଣ୍ଡର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ :-

ଟିମ୍ ସେଇଫର୍ଟ, ଫିନ୍ ଆଲେନ୍, ଡେଭନ୍ କନୱେ (ୱିକେଟ୍‌କିପର), ଡାରିଲ୍ ମିଚେଲ୍, ବେଓନ୍ ଜ୍ୟାକବ୍ସ, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍ ଓ ଜାକବ୍ ଡଫି।

Related posts

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

Odisha Sports Bureau

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

Odisha Sports Bureau