Cricket

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

ଅହମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ପରିଚାଳିତ ଟି-୨୦ ବିଶ୍ବକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ବାଛିଥିବାବେଳେ, ଭାରତୀୟ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ ଏବଂ ପ୍ରଥମ କିଛି ଓଭରରେ ଟପ୍‌ ଅର୍ଡରକୁ ଧସେଇ ଦେଇଥିଲେ।

ତଥାପି, ମଧ୍ୟକ୍ରମରେ ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଡିୱାଲ୍ଡ ବ୍ରେଭିସ ଏବଂ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଦୃଢ଼ ସହଯୋଗ ଦକ୍ଷିଣ ଆଫ୍ରିକାକୁ ମଜବୁତ ସ୍କୋର ଦିଗରେ ନେଇଯାଇଥିଲା। ମିଲର ତାଙ୍କ ଆକ୍ରମକ ଖେଳରେ ୬୩ ରନ୍ କରିଥିବା ବେଳେ ବ୍ରେଭିସ ଓ ଷ୍ଟବ୍ସ ମଧ୍ୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଏହାର ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୮୭ ରନ୍‌ କରିପାରିଥିଲା।

ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସବୁଠାରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ନିୟନ୍ତ୍ରିତ ଓ ଘାତକ ବୋଲିଂ କରି ୪ ଓଭରରେ କେବଳ ୧୫ ରନ୍ ଦେଇ ୩ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ। ତାଙ୍କ ସହ ଅର୍ଶଦୀପ ସିଂହ ଦୁଇଟି ୱିକେଟ୍‌ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ଶିଭମ ଦୁବେ ମଧ୍ୟ ଗୋଟିଏ କରି ୱିକେଟ୍‌ ନେଇ ଦଳକୁ ସମର୍ଥନ କରିଥିଲେ।

ଏବେ ଭାରତ ସମ୍ମୁଖରେ ୧୮୮ ରନ୍‌ର ଏକ ଚ୍ୟାଲେଞ୍ଜିଙ୍ଗ ଲକ୍ଷ୍ୟ ରହିଛି। ସୁପର-୮ ରେ ଆଗକୁ ବଢିବା ପାଇଁ ଏହି ମ୍ୟାଚ୍‌ରେ ଜିତ ଅତ୍ୟନ୍ତ ଜରୁରୀ ଥିବାରୁ, ସମସ୍ତଙ୍କ ଦୃଷ୍ଟି ଏବେ ଭାରତୀୟ ବ୍ୟାଟିଂ ଉପରେ ରହିଛି।

Related posts

ଛକା ମାରିଲେକୋହଲି, ଷ୍ଟାଣ୍ଡରେ ନାଚିଲେ ଅନୁଷ୍କା ଶର୍ମା

Odisha Sports Bureau

ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: ଭାରତର ୧୯୩ ରନ, ନେଦରଲ୍ୟାଣ୍ଡ ସମ୍ମୁଖରେ ୧୯୪ ରନର ଲକ୍ଷ୍ୟ

Odisha Sports Bureau