Uncategorized

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

ପ୍ୟାରିସରେ ଚାଲିଥିବା ୨୦୨୪ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା। ୧୦ ମିଟର ଏୟାର ରାଇଫଲ ମିକ୍ସଡ ଇଭେଣ୍ଟରେ ଚାଇନା ଟିମ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ବକଜା କରିଛି। ସେହିପରି କୋରିଆ ରୌପ୍ୟ ପଦକ ଜିତିଥିବା ବେଳେ କାଜାଖସ୍ତାନ ବ୍ରୋଞ୍ଜ ପଦକ ହାତେଇଛି। ବ୍ରୋଞ୍ଜ ପଦକ ମ୍ୟାଚ୍ରେ କାଜାଖସ୍ତାନ ୧୭-୫ରେ ଜର୍ମାନୀକୁ ହରାଇ ଦେଇଛି। କାଜାଖସ୍ତାନ ଶୁଟର ଆଲେକ୍ସଣ୍ଡ୍ରା ଲେ ଓ ଇସଲାମ ସତପେଭ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ଲଢ଼େଇ ପରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ଚାଇନା ଖେଳାଳି ୧୬-୧୨ରେ କୋରିଆକୁ ପରାସ୍ତ କରିଛନ୍ତି। ଚାଇନାର ହୁଆଙ୍ଗ ୱୁଟିଙ୍ଗ ଓ ଶେଙ୍ଗ ଲିହାଓ କୋରିଆର କିମ ଜି ଓ ପାର୍କ ହାଉଜୁନଙ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି।

 

Related posts

ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଲେ କେ ଏଲ୍ ରାହୁଲ

Odisha Sports Bureau

ଫିଫା ବିଶ୍ୱକପ୍ ୨୦୨୬: ବିଶ୍ୱକପ୍‌ରୁ ବାଦ୍ ପଡ଼ି ମଧ୍ୟ ଖେଳାଳିଙ୍କୁ ମିଳିବ ଅଧା ଭାଗ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau